ଭାରତୀୟ ରେଳରେ କରିପାରିବେ ମାଗଣା ଯାତ୍ରା ! ଏହି ଶ୍ରେଣୀର ସାଧାରଣ ନାଗରିକ ପାଇପାରିବେ ୧୦୦% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ସାଧାରଣ ନାଗରିକମାନଙ୍କୁ ମାଗଣାରେ ଯାତ୍ରା କରିବାପାଇଁ ସୁବିଧା ଦେଉଛି? କେତେକ ବର୍ଗର ଲୋକଙ୍କୁ ଟିକେଟରେ ୫୦% ପର୍ଯ୍ୟନ୍ତ ମଧ୍ୟ ରିହାତି ମିଳୁଛି । କିନ୍ତୁ ଏହି ସବିଧା ପାଇବା ପାଇଁ ଆପଣଙ୍କୁ କିଛି ନିୟମ ପାଳିବାକୁୁ ପଡ଼ିବା ଏହି ନିୟମକୁ ଆପଣ ବି ଜାଣି ରଖନ୍ତୁ । କାରଣ ଭବିଷ୍ୟତରେ ଆପଣ ରେଳରେ ଯାତ୍ରା କରିବା ବେଳେ ଏହି ସୁବିଧାର ଲାଭ ଉଠାଇ ପାରିବେ।

ବେରୋଜଗାର ଯୁବକ : ଯଦି ଆପଣ କୌଣସି ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନି କିମ୍ବା ବିଶ୍ୱବିଦ୍ୟାଳୟକୁ ଚାକିରି ପାଇଁ ସାକ୍ଷାତକାର କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଟିକେଟରେ ୫୦% ରିହାତି ମିଳିବ । ଏହି ରିହାତି ଆପଣ ଦ୍ୱିତୀୟ ଶ୍ରେଣୀ ଓ ସ୍ଳିପର କ୍ଳାସ ଟିକେଟରେ ପାଇପାରିବେ । ଯଦି ଆପଣ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାକିରି ପାଇଁ ଯାତ୍ରା କରୁଛନ୍ତି ତା’ହେଲେ ଆପଣଙ୍କୁ ଦ୍ୱିତୀୟ ଶ୍ରେଣୀ ଟିକେଟରେ ୧୦୦% ଓ ସ୍ଳିପର କ୍ଳାସ ଟିକେଟରେ ୫୦% ରିହାତି ପାଇପାରିବେ ।

ଛାତ୍ର : ବର୍ଷକୁ ଦୁଇଥର ଛୁଟିରେ ଛାତ୍ରଛାତ୍ରୀମାନେ ଘରକୁ ଯିବା ପାଇଁ ରେଳରେ ମାଗଣା ଯାତ୍ରା କରିପାରିବେ । ଏହି ସୁବିଧା ପାଇବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଟିକେଟର ଫର୍ମ ସହ କଲେଜରୁ ଏକ ଫର୍ମ ଆଣି ପୂରଣ କରି ଦବାକୁ ପଡିବ । ଏହି ରିହାତି ଦ୍ୱିତୀୟ ଶ୍ରେଣୀ ଓ ସ୍ଳିପର କ୍ଳାସ ଟିକେଟରେ ମିଳିବ। ସାଧାରଣ ପିଲାଙ୍କ ପାଇଁ ୫୦% ରିହାତି ଓ ସ୍ୱତନ୍ତ୍ର ବର୍ଗର ପିଲାଙ୍କ ପାଇଁ ୭୫% ରିହାତି ମିଳିଥାଏ । ଗ୍ରାମାଞ୍ଚଳ ଓ ସରକାରି ସ୍କୁଲରେ ପଢୁଥିବା ପିଲା ମେଡିକାଲ ଓ ଇଂଜିନିୟରଂ କଲେଜରେ ନାମ ଲେଖିବାକୁ ଯାଉଥିଲେ ଦ୍ୱିତୀୟ ଶ୍ରେଣୀ ଟିକେଟରେ ୭୫% ରିହାତି ମିଳିବ ।

ସମ୍ବନ୍ଧିତ ଖବର