‘ଫ୍ରିଡମ୍‌’କୁ ଗ୍ଲୋବ୍‌ଅଏଲ୍‌ ଇଣ୍ଡିଆ ପୁରସ୍କାର

ହାଇଦ୍ରାବାଦ: ଜେମିନି ଏଡିବଲ୍‌ସ ଆଣ୍ଡ୍‌ ଫ୍ୟାଟସ୍‌ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଖାଇବା ତେଲ ବ୍ରାଣ୍ଡ୍‌ ଫ୍ରିଡମ୍ ହେଲ୍‌ଦି କୁକିଂ ଅଏଲ୍‌ ରେଞ୍ଜ୍‌୍‌କୁ ୨୦୧୮ର ଉଦୀୟମାନ ବ୍ରାଣ୍ଡ୍‌ ଭାବେ ଗ୍ଲୋବ୍‌ଅଏଲ୍‌ ଇଣ୍ଡିଆ ଆୱାର୍ଡ ପ୍ରଦାନ କରାଯାଇଛି। କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାଶୱାନ୍‌ଙ୍କଠାରୁ କଂପାନିର ଗ୍ରୁପ୍ ଉପସଭାପତି ଅକ୍ଷୟ ଚୌଧୁରୀ ଓ ଉପସଭାପତି-ବିକ୍ରି ଓ ମାର୍କେଟିଂ ପି ଚନ୍ଦ୍ରଶେଖର ରେଡ୍ଡି ଏହି ପୁରସ୍କାର ହାସଲ କରିଛନ୍ତି। ଶ୍ରୀ ରେଡ୍ଡି କହିଛନ୍ତି ଯେ, ଏହି ପୁରସ୍କାର ଆମର ଉତ୍କୃଷ୍ଟ ଗୁଣବତ୍ତା ଓ ସେବାର ପ୍ରତିଫଳନ। ଆମେ ଉଚ୍ଚ ପୋଷଣଯୁକ୍ତ ଓ ସୁସ୍ଥକର ଖାଇବା ତେଲ ପ୍ରଦାନରେ ବିଶ୍ବାସ କରୁ ବୋଲି ସେ କହିଛନ୍ତି। ଉ‌େଲ୍ଲଖଯୋଗ୍ୟ ଯେ, ଗ୍ଲୋବ୍‌ଅଏଲ୍‌ ହେଉଛି ଖାଇବା ତେଲ କ୍ଷେତ୍ରକୁ ନେଇ ଆୟୋଜନ କରାଯାଉଥିବା ଏକ ଆନ୍ତର୍ଜାତିକ ସମ୍ମିଳନୀ ଓ ପ୍ରଦର୍ଶନୀ।

ସମ୍ବନ୍ଧିତ ଖବର