ଫୋର୍ଡର ନୂଆ କାର୍‌ ‘ଫ୍ରିଷ୍ଟାଇଲ୍‌’

ଭୁବନେଶ୍ୱର,: ଫୋର୍ଡ ଇଣ୍ଡିଆ ପକ୍ଷରୁ ଓଡ଼ିଶା ସମେତ ଜାତୀୟ ସ୍ତରରେ ଆଜି ଏହାର ନୂଆ କାର୍‌ ‘ଫ୍ରିଷ୍ଟାଇଲ୍‌’କୁ ଉନ୍ମୋଚନ କରାଯାଇଛି। ସର୍ବଭାରତୀୟ ସ୍ତରରେ ଏହି କାର୍‌କୁ କଂପାନିର ସଭାପତି ଓ ପରିଚାଳନା ନିର୍ଦେଶକ ଅନୁରାଗ ମେହେରୋତ୍ରା ଉନ୍ମୋଚନ କରିଥିବା ବେଳେ ଭୁବନେଶ୍ୱରରେ ଫ୍ରିଷ୍ଟାଇଲ୍‌କୁ ହକି ତାରକା ଦିଲ୍ଲୀପ ତିର୍କି ଓ କଂପାନିର ମହାପ୍ରବନ୍ଧକ କୌଶିକ ପ୍ରସାଦ ଉନ୍ମୋଚନ କରିଛନ୍ତି। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ। ପେଟ୍ରୋଲ୍‌ ମଡେଲ୍‌ର ପ୍ରାରମ୍ଭିକ ମୂଲ୍ୟ ୫,୦୯,୦୦୦ ଟଙ୍କା ରହିଥିବା ବେଳେ ଡିଜେଲ୍‌ ମଡେଲ୍‌ର ପ୍ରାରମ୍ଭିକ ଦର ୬,୦୯,୦୦୦ ଟଙ୍କା ରହିଛି।
ହାଚ୍‌ବ୍ୟାକ୍‌ ଓ ମିନି ଏସ୍‌ୟୁଭି ମଧ୍ୟରେ ରହିଥିବା ଫାଙ୍କା ସ୍ଥାନରେ କଂପାନି ଏହି କାର୍‌କୁ ଉପସ୍ଥାପନ କରିଛି। ଏହି ନୂଆ ବଜାର ବର୍ଗକୁ ‘କମ୍ପାକ୍ଟ ୟୁଟିଲିଟି ଭେହିକିଲ୍‌’ ନାମ ଦିଆଯାଇଛି।
ଫ୍ରିଷ୍ଟାଇଲ୍‌ର ଉଭୟ ଇଞ୍ଜିନ୍‌ରେ ୫ ସ୍ପିଡ୍‌ ମାନୁଆଲ୍‌ ଟ୍ରାନ୍ସମିସନ୍‌, ଆକ୍ଟିଭ୍‌ ରୋଲର୍‌ ପ୍ରିଭେନ୍‌ସନ୍‌ (ଏଆର୍‌ପି), ହିଲ୍‌ ଷ୍ଟାର୍ଟ ଆସିଷ୍ଟ୍‍, ୬.୫ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା, ରିଭର୍ସ ପାର୍କିଂ କ୍ୟାମେରା, କିଲେସ୍‌ ଏଣ୍ଟ୍ରି ଓ ପୁସ୍‌ ଷ୍ଟାର୍ଟ ଭଳି ସୁବିଧା ରହିଛି। ନିରାପତ୍ତା ଦୃଷ୍ଟିରେ ଏଥିରେ ଏବିଏସ୍‌ ସହିତ ଇବିଡି ଓ ସାଧାରଣ ଭାବେ ଦୁଇଟି ଏୟାରବ୍ୟାଗ୍‌ ରହୁଛି। ଶ୍ରେଷ୍ଠ ମଡେଲ୍‌ରେ ୬ଟି ଏୟାରବ୍ୟାଗ୍‌ ଦିଆଯାଉଛି। ଏହା ୬ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହି ଅବସରରେ ଫୋର୍ଡର ବିଭିନ୍ନ ଡିଲରସିପ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର