ଆସନ୍ତା ବର୍ଷରୁ ମାରୁତି ବିକିବନି ଡିଜେଲ୍‌ କାର୍

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଡିଜେଲ କାର ବିକ୍ରି କରିବ ନାହିଁ। କମ୍ପାନିର ଅଧ୍ୟକ୍ଷ ଆର୍. ସି. ଭାଗର୍ବ ଆଜି ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ କମ୍ପାନି କେତେକ ମଡେଲର ଡିଜେଲ କାର ବିକ୍ରି କରୁଛି। ଦେଶରେ କମ୍ପାନି ବିକ୍ରି କରୁଥିବା କାର୍ ମଧ୍ୟରେ ଡିଜେଲ କାରର ଅଂଶ ପ୍ରାୟ ୨୩ ପ୍ରତିଶତ ରହିଛି। ମାରୁତି ଡିଜେଲ କାର ସ୍ଥାନରେ ପେଟ୍ରୋଲ ଏବଂ ସିଏନଜି କାର ବିକ୍ରି ଉପରେ ପ୍ରାଧାନ୍ୟ ଦେବ ବୋଲି ଅନୁମାନ କରାଯାଉଛି। ବିଏସ୍‌-୬ ଇଞ୍ଜିନ୍‌ରେ ଡିଜେଲ୍‌ କାର୍କ ଆଣିବା କମ୍ପାନି ପାଇଁ ବ୍ୟୟସାପେକ୍ଷ ହେବ। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ଆଜି ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଫଳାଫଳ ଘୋଷଣା କରିଛି। ଏଥିରେ କମ୍ପାନିର ନିଟ୍ ଲାଭ ୪.୬ ପ୍ରତିଶତ ହ୍ରାସ ପାଇ ୧୭୯୫.୬ କୋଟି ଟଙ୍କା ରହିଛି। ତେବେ କମ୍ପାନିର ବିକ୍ରି ରାଶି ବୃଦ୍ଧି ଘଟି ୨୦,୭୩୭.୫ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର