‘ଗଣେଶ ଗ୍ରେନ୍‌ସ’ ଆଣିବ ନୂଆ ପ୍ରକାର ଅଟା

କୋଲକାତା: ଗଣେଶ ଗ୍ରେନ୍‌ସ ଲିମିଟେଡ୍‌ ପକ୍ଷରୁ ସର୍ବଭାରତୀୟ ସମ୍ପ୍ରସାରଣ ବିଷୟରେ ଘୋଷଣା କରାଯାଇଛି। କଂପାନିର ପରିଚାଳନା ନିର୍ଦେଶକ ମନିଷ ମିମାନି କହିଛନ୍ତି ଯେ, ଆମେର କାରବାର ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ତ୍ରିପୁରା, ସିକିମ୍‌, ଦିଲ୍ଲୀ, ଏନ୍‌ସିଆର୍‌, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାଲିମନାଡୁର କୋଣ ଅନୁକୋଣରେ ସମ୍ପ୍ରସାରିତ ହୋଇଛି। କଂପାନି ୨୦୧୭ରେ ବଜାରକୁ ଆଣିଥିବା ମଲ୍‌ଟିଗ୍ରେନ୍‌ ଅଟା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। ଆଗାମୀ ଦିନରେ କଂପାନି ସରବତୀ ଅଟା, ଡାଇବେଟିସ୍‌ କଣ୍ଟ୍ରୋଲ୍‌ ଅଟା ଏବଂ ଗ୍ଲୁଟେନ୍‌ ମୁକ୍ତ ଅଟା ବଜାରକୁ ଆଣିବାକୁ ଯୋଜନା ରଖିଛି। ଏହି ଅବସରରେ ଗଣେଶ ଗ୍ରେନ୍‌ସ ପକ୍ଷରୁ ଛତୁଆ ପାଇଁ ଦୁଇଟି ନୂଆ ବ୍ରାଣ୍ଡ୍‌ ‘ଯୋଶିଲା’ ଏବଂ ‘ଶକ୍ତି’ ବିଷୟରେ ଘୋଷଣା କରାଯାଇଛି। ବିଗତ ୬ ବର୍ଷ ଭିତରେ କଂପାନି ୨୫% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିଛି। ଏବେ କଂପାନିର ୮ଟି ଉତ୍ପାଦନ କାରଖାନା ଏବଂ ୬ଟି ଗୋଦାମ ରହିଛି। ୩ଟି ରାଜ୍ୟରେ ଏହର ୪୫୦ରୁ ଅଧିକ ବିତରକ ଥିବା ବେଳେ ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବହୁତ ବଢ଼ିଯିବ।

ସମ୍ବନ୍ଧିତ ଖବର