ମଧୁମେହ ରୋଗୀଙ୍କ ପାଇଁ ଗଣେଶ ଥଣ୍ଡାଇ

ଭୁବନେଶ୍ବର: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରକ୍ରିୟାକରଣ କଂପାନି ଗଣେଶ ପ୍ରଡକ୍ଟସ୍‌ ପକ୍ଷରୁ ମଧୁମେହ ରୋଗୀଙ୍କ ପାଇଁ ନୂଆ ସରବତ୍‌ ଓ ଥଣ୍ଡାଇକୁ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ କଂପାନିର ନିର୍ଦେଶକ ଅଜୟ ମିମାନି କହିଛନ୍ତି ଯେ, ମଧୁମେହ ରୋଗୀଙ୍କୁ ଦୃଷ୍ଟିରେ ରଖି ବିନା ଚିନିରେ ଏହି ସରବତ୍‌ ଓ ଥଣ୍ଡାଇଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ, ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଆମର ଉତ୍ପାଦ ବର୍ଗର ସମ୍ପ୍ରସାରଣ କରୁଛୁ। ମକ୍‌ଟେଲ୍‌ ବର୍ଗରେ ଅନେକ ନୂଆ ଉତ୍ପାଦ ଅଣାଯାଇଛି। ମୋଜିତୋ, ଗ୍ରିନ୍ ମିଣ୍ଟ୍‌ ଏବଂ ପାନପସନ୍ଦ ଭଳି ମକ୍‌ଟେଲ୍‌ ଅଣାଯାଇଛି। ବିବାହ ଏବଂ ଅନ୍ୟାନ୍ୟ ସମାରୋହରେ ତାହାକୁ ବହୁଳ ଭାବେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। କଂପାନିର ଉତ୍ପାଦଗୁଡ଼ିକ ବିଭିନ୍ନ ଆକର୍ଷଣୀୟ ପ୍ୟାକ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର