ନୂଆଦିଲ୍ଲୀ: ପିଆଜ ଓ ଟମାଟୋ ବା ବିଲାତିବାଇଗଣ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ରସୁଣ ଦର ବି ଅକାଶ ଛୁଆଁ ହୋଇଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି। ରିଟେଲରେ ପ୍ରତିକିଲୋ ରସୁଣ ୨୫୦-୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋ ପିଛା ୧୫୦-୨୦୦ଟଙ୍କାରେ ମିଳୁଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ରହିଥିବା ସତ୍ତ୍ୱେ ଏହାର ଦର ଆକାଶଛୁଆଁ ହୋଇଛି। ଦେଶର ପ୍ରମୁଖ ରସୁଣ ମଣ୍ଡି ମଧ୍ୟପ୍ରଦେଶର ନିମଚଳ ମଂଦସୋର ଓ ରାଜସ୍ଥାନର କୋଟାର ବ୍ୟବସାୟୀଙ୍କ କହିବାନୁସାରେ, ବର୍ଷା କାରଣରୁ ଗଚ୍ଛିତ ଥିବା ରସୁଣ ନଷ୍ଟ ହୋଇଯାଇଥିବା ହେତୁ ରସୁଣ ଯୋଗାଣ ହ୍ରାସ ପାଇଛି। ତେଣୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି।
ଶନିବାର ବିଭିନ୍ନ କ୍ୱାଲିଟିର କୁଇଣ୍ଟାଲ ପିଛା ରସୁଣ ମୂଲ୍ୟ ୮,୦୦୦-୧୭୦୦ଟଙ୍କା ରହିଥିଲା ବ୍ୟବସାୟୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ପେଶାଲ କ୍ୱାଲିଟିର ରସୁଣ ପ୍ରତି କୁଇଣ୍ଟାଲ ପିଛା ୨୧,୭୦୦ଟଙ୍କାରେ ବିକ୍ରି ହେଉଛି। କୋଟାରେ ରସୁଣ ଦର ପ୍ରତି କୁଇଣ୍ଟାଲ ପିଛା ୭,୦୦୦-୧୭,୫୦୦ ଟଙ୍କା ରହିଛି।