ଜିଡିପିକୁ ପ୍ରଭାବିତ କରିବ ପିଏନ୍‌ବି ଠକେଇ

ମୁମ୍ବାଇ/ବେଙ୍ଗାଲୁରୁ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇର ପ୍ରଭାବ ଦେଶର ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ନିବେଶ ବ୍ୟାଙ୍କ ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହି ଠକେଇ ପରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ନିୟମ କଡ଼ାକଡ଼ି ହେବ। ଫଳରେ ଋଣ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ। ଏଥିଯୋଗୁଁ ଭାରତର ଜିଡିପି ଅଭିବୃଦ୍ଧି ୨୦୧୮-୧୯ରେ ୭.୬ ପ୍ରତିଶତ ରହିବ ବୋଲି କୁହାଯାଇଛି। ପୂର୍ବରୁ ଭାରତର ଅଭିବୃଦ୍ଧି ୮ ପ୍ରତିଶତ ରହିବ ବୋଲି ଏହି ସଂସ୍ଥା ଆକଳନ କରିଥିଲା। ଉଲ୍ଲେଖଯୋଗ୍ୟ, ଆଜି ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସି ସିବିଆଇକୁ ଇତିମଧ୍ୟରେ ଏକ ଇ-ମେଲ୍‌ ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ନିରପତ୍ତା କାରଣରୁ ସେ ଭାରତକୁ ଫେରି ପାରିବେ ନାହିଁ। ଏଥିସହିତ ତାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଅଣାଯାଉଛି ତାହାକୁ ଅତିରଞ୍ଜିତ ବୋଲି ମେହୁଲ କହିଛନ୍ତି।

ସମ୍ବନ୍ଧିତ ଖବର