ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଜର୍ମାନୀ ଦେବ ଋଣ

ନୂଆଦିଲ୍ଲୀ: ଭାରତ ଏବଂ ଜର୍ମାନୀ ମଧ୍ୟରେ ଆଜି କେତେଗୁଡ଼ିଏ ଅର୍ଥନୈତିକ ସହଯୋଗିତା ଓ ଋଣ ରାଜିନାମା ସ୍ୱାକ୍ଷର ହୋଇଛି। ଏଥିରେ ଓଡ଼ିଶାରେ ସହରାଞ୍ଚଳ ଭିତ୍ତିଭୂମିର ନିରନ୍ତର ବିକାଶ ପ୍ରକଳ୍ପ ମଧ୍ୟ ରହିଛି। ଜର୍ମାନୀର କେଏଫ୍‌ଡବ୍‌ଲ୍ୟୁ ଏବଂ ଭାରତର ଅର୍ଥନୈତିକ ବ୍ୟପାର ବିଭାଗ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି। ରାଜିନାମା ଅନୁଯାୟୀ ଓଡ଼ିଶାରେ ଉକ୍ତ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଜର୍ମାନୀର କେଏଫ୍‌ଡବ୍‌ଲ୍ୟୁ କମ୍‌ ସୁଧ ହାରରେ ୫୫ ନିୟୁତ ୟୁରୋ ଋଣ ଏବଂ ୨ ନିୟୁତ ୟୁରୋ ସହାୟତା ପ୍ରଦାନ କରିବ।

ସରକାରଙ୍କ ଅଗ୍ରାଧିକାର ଅନୁଯାୟୀ ସହରାଞ୍ଚଳ ଭିତ୍ତିଭୂମିରେ ବିକାଶ ଆଣିବା ଏବଂ ଲୋକଙ୍କୁ ଉନ୍ନତମାନର ଜୀବନଧାରଣ ଯୋଗାଇଦେବା ଏହି ପ୍ରକଳ୍ପର ଲକ୍ଷ୍ୟ । ଭାରତ-ଜର୍ମାନୀ ଦ୍ୱିପାକ୍ଷିକ ବିକାଶ ସହଯୋଗ ଅନୁଯାୟୀ ଏହି ରାଜିନାମା ହୋଇଛି। ଓଡ଼ିଶା ବ୍ୟତୀତ ମଧ୍ୟପ୍ରଦେଶ, ମଣିପୁର ଏବଂ ମହାରାଷ୍ଟ୍ରର ବିଭିନ୍ନ ପ୍ରକଳ୍ପ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ଋଣ ରାଜିନାମା ସ୍ୱାକ୍ଷର ହୋଇଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର