ପ୍ୟାନ୍‌ ଓ ଅଧାର ତଥ୍ୟ ଦେଇନଥିଲେ ଦରମାର ୨୦% ଟିଡିଏସ କଟିଯିବ

ନୂଆଦିଲ୍ଲୀ : ଆପଣ ଯଦି ବର୍ଷକୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଛନ୍ତି ଓ ନିଯୁକ୍ତିଦାତା କମ୍ପାନିକୁ ନିଜର ପ୍ୟାନ ଓ ଆଧାର ତଥ୍ୟ ଦେଇନାହାନ୍ତି ତେବେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । କାରଣ ନୂଆ ନିୟମ ଅନୁସାରେ ଆପଣଙ୍କ ବାର୍ଷିକ ଦରମାର ୨୦ ପ୍ରତିଶତ ଟିଡିଏସ ଆକାରରେ କାଟିନେବ ଆୟକର ବିଭାଗ ।

ଏହି ନୂଆ ନିୟମକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ପ୍ରଣୟନ କରାଯାଇଛି । ଗତ ଜାନୁଆରି ୧୬ ତାରିଖଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି । ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ଆୟ କରୁଥିବା ପେସାଦାରଙ୍କ ପାଇଁ ଏହା ଲାଗୁ ହେବ ।

ସିବିଡିଟି ପକ୍ଷରୁ ପ୍ରକାଶିତ ଏକ ସର୍କୁଲାରରେ କୁହାଯାଇଛି ଯେ କର୍ମଚାରୀମାନେ ନିଜ କମ୍ପାନି ବା ବିଭାଗକୁ ନିଜର ପ୍ୟାନ ଓ ଆଧାରକାର୍ଡ ତଥ୍ୟ ପ୍ରଦାନ କରିବା ଆୟକର ଆଇନର ଧାରା ୨୦୬-ଏଏ ଅନୁସାରେ ବାଧ୍ୟତାମୂଳକ । ଯଦି ସେ ଏସବୁ ତଥ୍ୟ ଦାଖଲ କରିନଥିବେ ତେବେ ନିଯୁକ୍ତିଦାତା ତାଙ୍କ ଦରମାରୁ ଟିଡିଏସ ଆକାରରେ ୨୦ ପ୍ରତିଶତ କାଟି ରଖିବେ । ଟିଡିଏସ ପେମେଣ୍ଟରେ ସ୍ୱଚ୍ଛତା ରକ୍ଷା ଓ ଏହାକୁ ପାରଦର୍ଶୀ କରିବା ଲକ୍ଷ୍ୟରେ ସରକାର ଏହି ନିୟମ ଲାଗୁ କରିଛନ୍ତି । ୨୦୧୮-୧୯ରେ ସରକାରଙ୍କ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟର ୩୭ ପ୍ରତିଶତ ଟିଡିଏସ ଆୟ ଥିଲା ।

ସମ୍ବନ୍ଧିତ ଖବର