ଏଣିକି ୩୦ ସେକେଣ୍ଡ୍‌ରେ କରନ୍ତୁ ତତ୍କାଳ ଟିକଟ ବୁକିଂ

ଏଣିକି ଆଉ ଟିକେଟ୍‌ ବୁକ୍‌ ନେଇ ସେତେଟା ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏଥର ଆପଣ ଘରେ ବସି ମାତ୍ର ୩୦ ସେକେଣ୍ଡ୍‌ରେ ବୁକ୍‌ କରିପାରିବେ ତତ୍କାଳ ଟିକଟ। ଏଥିପାଇଁ ଆପଣଙ୍କୁ ଭଲ ଇଣ୍ଟରନେଟ୍‌ ବେଗ ଓ ବୁକିଂ ଆରମ୍ଭ କରିବା ପୂର୍ବରୁ କିଛିି ପ୍ରସ୍ତୁତି କରିବାକୁ ହେବ। ଯାହା ଦ୍ୱାରା ଆପଣଙ୍କ ଖୁବ୍‌ ସହଜରେ ଟିକେଟ୍‌ ବୁକ୍‌ କରିପାରିବେ। କାମକୁ ଅଧିକ ସରଳ କରିବା ପାଇଁ ବାୟହଟକେ ଡଟ୍‌ କମ ‘ତତ୍କାଳ ଫର ସିଓର’ ଏକ୍ସଟେନସନ ଆଣିଛି। ବାୟହଟକେର ସଂସ୍ଥାପକ ଓ ସିଇଓ ଗୌରବ ଦାହାକେ ଆଜତକ ସହ କଥାବାର୍ତ୍ତା ସମୟରେ ଏକଥା ଜଣାଇଛନ୍ତି। ସେ କହିଛନ୍ତି ଏହି ଏକ୍ସଟେନସନ ଜରିଆରେ କେହି ବି ମାତ୍ର ୩୦ ସେକେଣ୍ଡ ଭିତରେ ହିଁ ଟିକଟ ବୁକ କରିପାରିବେ।

ସୂଚନାଯୋଗ୍ୟ, ମାତ୍ର ୩୫ ଦିନ ପୂର୍ବରୁ ଆସିଥିବା ଏହି ବ୍ରାଉଜର ଏକ୍ସଟେନସନ ସହ ଏବେ ପର୍ଯ୍ୟନ୍ତ ୧.୫ ଲକ୍ଷ ଗ୍ରାହକ ଯୋଡ଼ି ହୋଇସାରିଛନ୍ତି। ଏହାସହ ଜଣାପଡ଼ିଛି ଏକ୍ସଟେନସନ ଜରିଆରେ ପ୍ରାୟ ୮୫ ପ୍ରତିଶତ ସଫଳ ବୁକିଂ ହୋଇଛି। ଆସନ୍ତୁ ଜାଣିବା କିପିରି ଏହି ଏକ୍ସଟେନସନ ଆପଣଙ୍କୁ ତତ୍କାଳ ଟିକଟ ବୁକ କରିବାରେ ସାହଯ୍ୟ କରିବ।

‘ତତ୍କାଳ ଫର ସିଓର’ ଏକ ଇଂଟରନେଟ୍‌ ବ୍ରାଉଜର ଏକ୍ସଟେନସନ। ଏହାକୁ ଆପଣ ନିଜର କ୍ରୋମ୍‌ ଓ ମୋଜିଲା ଫାୟାରଫକ୍ସ ବ୍ରାଉଜରରେ ଆଡ଼ କରିବା ପାଇଁ ପଡ଼ିବ। ଥରେ ଯଦି ଆପଣ ଏକ୍ସଟେନସନକୁ ଆଡ଼ କରିଦିଅନ୍ତି , ଏହାପରେ ଆପଣ ଯେବେ ଚାହିଁବେ ତତ୍କାଳ ଟିକଟ ବୁକ କରିପାରିବେ।

ତତ୍କାଳ ଟିକଟ ବୁକ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଏକ୍ସଟେନସନରେ ସମସ୍ତ ବିବରଣୀ ଦେବାକୁ ପଡ଼ିବ। ଯାହାଙ୍କ ପାଇଁ ଟିକଟ ବୁକ କରୁଛନ୍ତି ତାଙ୍କ ନାମ, କେଉଁଠାରୁ କେଉଁ ପର୍ଯ୍ୟନ୍ତ ଟିକଟ ବୁକ ହେବ ଆଦି ତଥ୍ୟ ପ୍ରଦାନ କରିବା ପାଇଁ ପଡ଼ିବ। ପେମେଂଟ ପାଇଁ ଡେବିଟ୍‌ କିମ୍ବା କ୍ରେଡିଟ କାର୍ଡର ବିବରଣୀ ସମେତ ଅନ୍ୟ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ପଡ଼ିବ। ସକାଳ ୧୦ରେ ତତ୍କାଳ ଟିକଟ ବୁକିଂ ପୂର୍ବରୁ ସମସ୍ତ ବିବରଣୀକୁ ପ୍ରସ୍ତୁତ ରଖି ଯେପିର ବୁକିଂ ଆରମ୍ଭ ହୋଇଯିବ ଆପଣଙ୍କୁ ଏକ୍ସଟେନସନରେ ‘ବୁକ୍‌ ନାଓ’ ଅପ୍ସନରେ କ୍ଲିକ୍‌ କରିିବା ପାଇଁ ପଡ଼ିବ। ଏହାପରେ ସମସ୍ତ କାମ ଆପେ ଆପେ ହୋଇଯିବ।

ବୁକ ନାଓ ବିକଳ୍ପ ବାଛିବା ପରେ ଏକ୍ସଟେନସନ ଆପଣଙ୍କୁ ଆଇଆରସିଟିସର ୱେବସାଇଟକୁ ନେଇଯିବ। ଏଠାରେ ପହଞ୍ଚିଲା ପରେ ଆପଣଙ୍କୁ କେବଳ ଏକ କ୍ୟାପଚା ଦେବାକୁ ହେବ। ଶେଷର ପେମେଣ୍ଟ ସମୟରେ ଆପଣ ଓଟିିପି ଏଂଟର କରି ଟିକେଟ୍‌ ବୁକ୍‌ କରିପାରିବେ। ଏହାବ୍ୟତୀତ ଯଦି ଆପଣଙ୍କ ଇଂଟରନେଟ୍‌ ବେଗ ଭଲ ଅଛି ତେବେ ୩୦ରୁ ୨୦ସେକେଣ୍ଡ ମଧ୍ୟରେ ଟିକଟ ବୁକ ହୋଇଯିବ। ତେବେ ସୂଚନା ଅନୁସାରେ  ଏବେ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଅନୁସାରେ ସର୍ବାଧିକ ୧ ମିନିନ ସମୟ ଲାଗିଛି ତତ୍କାଳ ଟିକଟ ବୁକିଂ ପାଇଁ।

ଏହି ଏକ୍ସଟେନସନ ସମ୍ପୂର୍ଣ୍ଣ ମାଗଣା ଓ ଏହାକୁ ମୋବାଇଲ ଆପ୍‌ ଜରିଆରେ ବ୍ୟବହାର କରାଯାଇପାରିବ। ତେବେ ଏକ୍ସଟେନସନରେ ଯେଉଁ ବିବରଣୀ ଆପଣ ଦେଉଛନ୍ତି ତାହା କେବଳ ବ୍ରାଉଜରରେ ସେଭ ରହିବ। ଏକ୍ସଟେନନରେ ଦିଆଯାଇଥିବା ତଥ୍ୟ କମ୍ପାନୀର କୌଣସି ସର୍ଭରରରେ ସେଭ୍‌ ହେବ ନାହିଁ। ଏହାର ଅର୍ଥ ଏହି ପ୍ରକିୟା ପୂରାପୂରି ସୁରକ୍ଷିତ। ତେବେ ଟିକେଟ୍‌ ପାଇଁ ଆଉ ଚିନ୍ତା ନକରି ସିଧା ଆପଣାନ୍ତୁ ଏହି ସୂତ୍ର।

ସମ୍ବନ୍ଧିତ ଖବର