ଗୋଦରେଜ୍‌ ଲଞ୍ଚ୍‌ କଲା ୨ ଇନ୍‌ ୨ ଫ୍ରିଜର୍‌/କୁଲର୍‌ କମ୍ବୋ

ଭୁବନେଶ୍ୱର: ଗୋଦ୍‌ରେଜ୍‌ ଆପ୍ଳାଏନ୍‌ସେସ୍‌ ପକ୍ଷରୁ ନୂଆ ୨ ଇନ୍‌ ୧ ଫ୍ରିଜର୍‌/କୁଲର୍‌ ରେଞ୍ଜ୍‌କୁ ଉନ୍ମୋଚନ କରାଯାଇଛି। ଏହାକୁ ଗ୍ରାହକମାନେ ଫ୍ରିଜର୍‌ ଭାବେ ବ୍ୟବହାର କରିପାରିବେ ଅନ୍ୟଥା କୁଲର୍‌ ଏବଂ ଫ୍ରିଜର୍‌ ଉଭୟ ଭାବେ ବ୍ୟବହାର କରିପାରିବେ। ବଜାରରେ ଏହା ଏକ ନୂତନ ବର୍ଗ ଭାବେ ସୃଷ୍ଟି ହୋଇଛି ଓ ଗୋଦ୍‌ରେଜ୍‌ ଆପ୍ଲାଏନସେସ୍‌ ପ୍ରଥମ ବ୍ରାଣ୍ଡ୍‌ ଭାରତରେ ଏହି ସ୍ୱତନ୍ତ୍ର ପ୍ରଯୁଚ୍ଛିକୁ ଉପଲବ୍ଧ କରାଇଛି। ଖୁଚୁରା ବିକ୍ରେତା ଓ ଦୋକାନୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଏହାକୁ ପ୍ରସ୍ତୁତ କରିଛି। ଗୋଦରେଜ୍‌ର ନୂଆ ୨ ଇନ୍‌ ୧ ଫ୍ରିଜର/କୁଲରକୁ ଗ୍ରାହକମାନେ ଉଭୟ କୁଲର ଓ ଫ୍ରିଜର ପାଇଁ ବ୍ୟବହାର କରିପାରିବେ। ଏହା ଶକ୍ତି ମିତବ୍ୟୟୀ ହୋଇଥିବା ବେଳେ ସର୍ବାଧିକ ଶୀଳତତା ପ୍ରଦାନ କରିଥାଏ ଓ ୪୦% ଅଧିକ ଶକ୍ତି ସଂଚୟ କରିଥାଏ। ଏଥିରେ ଭାରରେ ଆର୨୯୦ ରେଫ୍ରିଜରାଣ୍ଟ ବ୍ୟବହାର କରାଯାଇଛି ଯାହା ଏହାକୁ ଭାରତର ସବୁଠୁ ସବୁଜତମ ଚେଷ୍ଟ ଫ୍ରିଜର୍‌ରେ ପରିଣତ କରିଛି।

ଏହି ନୂଆ ଚେଷ୍ଟ ଫ୍ରିଜରରେ ଅନେକ ସ୍ୱତନ୍ତ୍ର ପ୍ରକାର ବୈଶିଷ୍ଟ୍ୟ ରହିଛି ଯାହା ଦ୍ୱାରା ଏହା ଅଧିକ ଉତାପ ଅଂଚଳରେ ମଧ୍ୟ ଦୃଢ଼ ପ୍ରଦର୍ଶନ ପ୍ରଦାନ କରିଥାଏ। ଏଥିରେ ୩୬୦ଂ ଇଜି ରୋଟେସନ୍‌ ହ୍ଵିଲ୍‌ ରହିଛି ଯାହା ଜରିଆରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇହେବ। ଏଥିରେ ଆଣ୍ଟି ରୋଡେଂଟ୍‌ କ୍ୟାବିନ୍‌ ମଧ୍ୟ ରହିଛି। ଏହାର ରକ୍ଷଣାବେକ୍ଷଣ ଓ ମରାମତି କରିବା ମଧ୍ୟ ବହୁତ ସହଜ। ଏହି ଚେଷ୍ଟ ଫ୍ରିଜର୍‌ ସହିତ ଗୋଦରେଜ୍‌ ପ୍ରଦାନ କରୁଛି ଉତ୍କୃଷ୍ଟ ସର୍ଭିସ୍‌ ପ୍ରତିଶ୍ରୁତି।

ସମ୍ବନ୍ଧିତ ଖବର