ଗିଫ୍ଟକୁ ମିଳିଲା ପୁରସ୍କାର

ଭୁବନେଶ୍ୱର: ନ୍ୟୁଜ ୧୮ ଦ୍ୱାରା ଆୟୋଜିତ ଏଡୁକ୍ୱେଷ୍ଟ ଏକ୍ସିଲେନ୍ସ ଆଓ୍ଵାର୍ଡ ୨୦୧୮ରେ ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜି( ଗିଫ୍ଟ)କୁ ‘ଦି ଇନ୍‌ଷ୍ଟିଚ୍ୟୁଟ୍‌ ଓ୍ଵିଥ୍‌ ବେଷ୍ଟ ଟେକ୍ନୋଲୋଜି ୟୁଟିଲାଇଜେସନ ଇନ୍‌ ହାୟର ଏଜୁକେସନ୍‌’ ପୁରସ୍କାର ମିଳିଛି। ଅନୁଷ୍ଠାନର ଭାଇସ ଚେୟାରମ୍ୟାନ୍‌ ଇଂ. ପତିତପାବନ ପଣ୍ଡା ଓ ଡିନ୍‌ ଆଡମିନ୍‌ ଲେଫ୍ଟନାଣ୍ଟ କର୍ଣ୍ଣେଲ ମିହିର କୁମାର ରାଉତ ଉପସ୍ଥିତ ରହି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର