ଏହି ଫୋନରେ ୩ଟି ହ୍ଵାଟ୍ସଆପ୍‌ ଆକାଉଣ୍ଟ ରଖିପାରିବେ

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଜିଓନି ପକ୍ଷରୁ ଭାରତରେ ଏକ ସେଲଫି-ସେଣ୍ଟ୍ରିକ୍‌ ସ୍ମାର୍ଟଫୋନ ଜିଓନି ସେ୧୦ ଲାଇଟ୍‌ ଲଞ୍ଚ୍‌ କରାଯାଇଛି । ଆଜିଠାରୁ ସାରା ଦେଶରେ ଏହାର ବିକ୍ରି ଆରମ୍ଭ ହୋଇଛି । ଏଥିରେ ଥିବା ଶକ୍ତିଶାଳୀ ସେଲଫି କ୍ୟାମେରା ଓ ଦୀର୍ଘସ୍ଥାୟୀ ବ୍ୟାଟେରୀ ଏହାର ମୁଖ୍ୟ ବୈଶିଷ୍ଟ୍ୟ। ସେଥିଲାଗି ଏହାକୁ ସୁପର ସେଲଫି-ସୁପର ବ୍ୟାଟେରୀ ଫୋନ ବୋଲି କମ୍ପାନି ପକ୍ଷରୁ ଅଭିହିତ କରାଯାଇଛି । ତେବେ ଏହାର ଆଉ ଏକ ବୈଶିଷ୍ଟ୍ୟ ହେଉଛି ଏଥିରେ ଥିବା ହ୍ଵାଟ୍ସଆପ୍‌ କ୍ଲୋନ ବ୍ୟବସ୍ଥା । ଏହା ଫଳରେ ଏଥିରେ ୩ଟି ହ୍ଵାଟ୍ସଆପ୍‌ ଆକାଉଣ୍ଟ ରଖିହେବ । ଅର୍ଥାତ୍‌ ଆପଣ ନିଜର ପ୍ରୋଫେଶନାଲ ଓ ପର୍ସନାଲ ଲାଇଫ ଅନୁସାରେ ଭିନ୍ନ ଭିନ୍ନ ହ୍ଵାଟ୍ସଆପ୍‌ ଆକାଉଣ୍ଟ ଗୋଟିଏ ଫୋନରେ ରଖିପାରିବେ ।

ଏହାର ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ଏକାଧିକ ମୋଡ୍‌ ସହ ଆସୁଛି । ଯେଉଁଥିରେ ରହିଛି ଗ୍ରୁପ ସେଲଫି ଓ ବୁକେ ସେଲଫି । ସେହିପରି ଏହାର ପଛପାଖରେ ଏକ ୧୩ ମୋଗାପିକ୍ସେଲ କ୍ୟାମେରା ଓ ଏକ ଏଲଇଡି ଲାଇଟ୍‌ ରହିଛି । ପୁଣି ଏଥିରେ ଲାଗିଥିବା ୩୧୦୦ ଏମଏଏଚ୍‌ ବ୍ୟାଟେରୀ ଅଧିକ ସମୟ ଚାର୍ଜ ଧରିରଖିବାକୁ ସକ୍ଷମ । ଏହି ବ୍ୟାଟେରୀରେ ଥିବା ସ୍ୱତନ୍ତ୍ର ପ୍ରକାରର ହାର୍ଡଓ୍ଵାର ଓ ସଫ୍ଟଓ୍ଵାର ମାଧ୍ୟମରେ ଏହା ସମ୍ଭବ କରିପାରିଛି କମ୍ପାନି । ଏହା କ୍ୱାଲକମ ସ୍ମାର୍ଟଡ୍ରାଗନ ମୋବାଇଲ ପ୍ଲାଟଫର୍ମ –କ୍ୱାଡକୋର ୧.୪ ଗିଗାହଜ୍‌ ଦ୍ୱାରା ପରିଚାଳିତ । ଏହା ଜିଓନି ଆମିଗୋ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଏଥିରେ ୪ଜିବି ର‍୍ୟାମ ଓ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି ।
ଏହି ସ୍ମାର୍ଟଫୋନଟିକୁ ଗତ ମଇ ମାସରେ ଜିଓନି ଦ୍ୱାରା ଲଞ୍ଚ୍‌ ହୋଇଥିବା ଏସ୧୦ର ପରବର୍ତ୍ତି ପିଢି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର