ଗ୍ଲୋବାଲ କ୍ୟାରିଅର ଏକାଡେମିରେ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗ୍ଲୋବାଲ କ୍ୟାରିଅର୍‌ ଏକାଡେମି ପକ୍ଷରୁ ଗତ ୨୫ ତାରିଖରେ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଗ୍ଲୋବାଲ୍‌ ସୁପର ୪୦-୨୦୧୮ର ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ସୁପର-୪୦ ଜରିଆରେ ରାଜ୍ୟର ମେଧାବୀ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ରାଜ୍ୟସ୍ତରୀୟ ମେଡିକାଲ ଏବଂ ଇଞ୍ଜିନିୟରିଂ ସରକାରୀ କଲେଜରେ ସିଟ୍‌ ପାଇବା ପାଇଁ ବିନା ଦେୟରେ ପ୍ରସ୍ତୁତି କରିବାର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବରେ ଅନୁଷ୍ଠାନର ନିର୍ଦେଶକ ନମିତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ସତ୍ୟକୁମାାର ମଲ୍ଲିକ ଯୋଗଦେଇଥିଲେ। ପିସିସି ଏସ୍‌ସି ସେଲ୍‌ର ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ ଏଥିରେ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ପୀତାମ୍ବର ସ୍ୱାଇଁ ଓ ନିଖିଳ ଓଡ଼ିଶା ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଅକ୍ଷୟ ଦାସ କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର