ସମୟାନୁବର୍ତ୍ତିତାରେ ‘ଗୋ ଏୟାର‘ର ରେକର୍ଡ

ଭୁବନେଶ୍ୱର: ସମୟାନୁବର୍ତ୍ତିତାରେ ଭାରତରେ ବିମାନ ସେବା କମ୍ପାନିଗୁଡ଼ିକ ବିଶ୍ବର ପ୍ରମୁଖ ଏୟାରଲାଇନ୍ସ ଗୁଡ଼ିକ ତୁଳନାରେ ପଛୁଆ ଥିବାବେଳେ ଗୋ ଏୟାର ଏ କ୍ଷେତ୍ରରେ ଅଗୁଆ ରହିଛି । ଏହି ବିମାନ ସେବା କମ୍ପାନି ୯ମ ଥର ପାଇଁ ସର୍ବୋତ୍ତମ ଅନ୍-ଟାଇମ୍ ପର୍ଫରମାନ୍ସର ରେକର୍ଡ଼ କରିଛି ଯାହାକି ୯୧.୮% ରହିଛି । ଏହା ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ (ଡିଜିସିଏ)ର ସଦ୍ୟତମ ମେ, ୨୦୧୯ ରିପୋର୍ଟରୁ ଜଣାଯାଇଛି ।

ଏହି ସଫଳତା ଗୋଏୟାରର କ୍ରମାଗତ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ତଥା ସେବା ପ୍ରଦାନରେ ଉନ୍ନତି ହେତୁ ସମ୍ଭବ ହୋଇପାରିଛି । ଏହା ବ୍ୟତୀତ ମେ ୨୦୧୯ ମାସ ପାଇଁ ଗେଏୟାରର ସବୁଠାରୁ କମ୍ କ୍ୟାନ୍ସରେଲସନ ହାର ମାତ୍ର ୦.୩୩% ରହିଛି ।
ଆଜିର ଦିନରେ ଓଟିପି ରାଙ୍କିଂର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଯେତେବେଳେ ଗ୍ରାହକମାନେ ବିଶ୍ୱସନୀୟତାର ଆଶା କରିଥାନ୍ତି । ଏୟାରଲାଇନ୍ କଥା ବିଚାର କରିବା ସମୟରେ ଯାତ୍ରୀମାନେ ସଠିକ ସମୟର ଆଶ୍ୱାସନା ଓ ଅନ୍-ଟାଇମ-ଆରାଇଭାଲ୍ ଉପରେ ଗୁରୁତ୍ୱ ପ୍ରଦାନ କରିଥାନ୍ତି ।

ସମ୍ବନ୍ଧିତ ଖବର