ଡୋର୍ ନଖୋଲି ଫ୍ରିଜ୍‌ରୁ ପନିପରିବା ବାହାର କରିହେବ

ଗୋଦ୍ରେଜ୍‌ ଲଞ୍ଚ୍‌ କଲା ନୂଆ ପ୍ରକାରର ଫ୍ରିଜ୍‌

ଭୁବନେଶ୍ୱର : ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଭାରତର ପ୍ରଥମ ସିଙ୍ଗଲ୍‌ ଡୋର୍‌ ରେଫ୍ରିଜରେଟର-ଗୋଦରେଜ୍‌ ଏଜ୍‌ ଡୁଓ କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ସ୍ୱତନ୍ତ୍ର ପନିପରିବା ଡ୍ରୟର ରହିଛି। ଅର୍ଥାତ୍‌ ଫ୍ରିଜ୍‌ରୁ ପନିପରିବା ବାହାର କରିବା ପାଇଁ ଆପଣଙ୍କୁ ଫ୍ରିଜ୍‌ର ମୁଖ୍ୟ କବାଟ ଖୋଲିବାକୁ ପଡିବ ନାହିଁ, କେବଳ ସ୍ୱତନ୍ତ୍ର ପରିବା ଡ୍ରୟରଟି ଖୋଲି ପନିପରିବା ବାହାର କରିପାରିବେ ।

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତରେ ୮୦%ରୁ ଅଧିକ ପରିବାରରେ ସିଙ୍ଗଲ ଡୋର ରେଫ୍ରିଜରେଟର ବ୍ୟବହାର ହେଉଛି। ଯଦି ଦିନକୁ ୩୦ ସେକେଣ୍ଡ ପାଇଁ ରେଫ୍ରିଜରେଟରକୁ ତିନି ଥର ଖୋଲଯାଏ ତେବେ ସେଥିରେ ଉତ୍ତାପର ମାତ୍ରାରେ ୧୦୦% ବୃଦ୍ଧି ହୋଇଥାଏ। ପୁଣି ଥରେ ସମାନ ଶୀତଳତା ପ୍ରଦାନ କରିବା ପାଇଁ କମ୍ପ୍ରେସରକୁ ୨ ଘଣ୍ଟା କାମ କରିବାକୁ ପଡ଼େ। ଲୋକମାନେ ରେଫ୍ରିଜରେଟରକୁ ୪୦% ସମୟ ପନିପରିବା ଆଣିବା ପାଇଁ ଖୋଲିଥାନ୍ତି । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଗୋଦରେଜ୍‌ ଏଜ୍‌ ଡୁଓ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ଡୁଓ ଫ୍ଲୋ ପ୍ରଯୁକ୍ତି ।

ଏ ସଂପର୍କରେ କମ୍ପାନି ତରଫରୁ ଅନୁପ ଭାର୍ଗବ, ଉତ୍ପାଦ ଗ୍ରୁପ ମୁଖ୍ୟ-ରେଫ୍ରିଜରେଟର କହିଛନ୍ତି ଯେ ୮୦% ଭାରତୀୟ ଏବେ ବି ସିଙ୍ଗଲ ଡୋର ରେଫ୍ରିଜରେଟର ଖରିଦ କରୁଛନ୍ତି ଏବଂ ବୈପ୍ଳବିକ ଡୁଓ ଫ୍ଲୋ ପ୍ରଯୁକ୍ତି ସହିତ ଗୋଦରେଜ୍‌ ଏଜ୍‌ ଡୁଓ ଏବଂ ଏହାର ସ୍ୱତନ୍ତ୍ର ପନିପରିବା ଡୟର ଡିଜାଇନ୍‌, କମ୍‌ ସ୍ଥାନ ବ୍ୟବହାର, କମ ଶକ୍ତି ବ୍ୟବହାର ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ବୈଶିଷ୍ଟ୍ୟ ଗୋଦରେଜ୍‌ ଏଜ୍‌ ଡୁଓ କୁ ଗ୍ରାହକଙ୍କ ମଧ୍ୟରେ ଏକ ବିଜେତା କରିପାରିଛି।

ସମ୍ବନ୍ଧିତ ଖବର