ବଢ଼ିଲା ସୁନା ଓ ରୁପା ଦର: ୩୮,୮୨୦ ଟଙ୍କା ଛୁଇଁଲା ସୁନା
ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ ପକ୍ଷରୁ ଜାଣିବାକୁ ମିଳିଛି ଯେ ବୁଧବାର ସୁନା ଦର ୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍ ପିଛା ୩୮, ୮୨୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ସୁନା ଦର ୩୮, ୭୭୦ ଟଙ୍କା ରହି ଥିଲା। ତେବେ, ଏହି ଦର ବୃଦ୍ଧି ରାଜଧାନୀ ଦିଲ୍ଲୀଠାରେ ହୋଇଛି। ଆସୋସିଏସନ୍ କହିବା ଅନୁସାରେ, କେବଳ ସୁନା ନୁହେଁ ରୁପା ଦରରେ ବି ବୃଦ୍ଧି ଘଟିଛି। ରୁପା ଦର ବି ୧,୧୪୦ ଟଙ୍କା ବୃଦ୍ଧି ପାଇଛି। ରୁପା ଦର ବୃଦ୍ଧି ପାଇଁ ରୌପ୍ୟ କିଲୋ ୪୫, ୦୪୦ ଟଙ୍କାରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେୟାର୍ ବଜାରରେ ନିବେଶକମାନେ ସେୟାର୍ ବିକ୍ରି କରି ଦେଉଥିବା ବେଳେ ସୁନାର ଚାହିଦା ବଢ଼ିବା ଯୋଗୁ ଏହାର ଦର ମଧ୍ୟ ବୃଦ୍ଧି ପାଇଛି। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ମଧ୍ୟ ସୁନା ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ସୁନା ଦର କମିବାର ଆଉ କୌଣସି ସମ୍ଭାବନା ନାହିଁ ବୋଲି ଗବେଷକମାନେ କହିଛନ୍ତି।