ସୁନା ଦାମ୍‌ କମିଲା

ନୂଆଦିଲ୍ଲୀ: ମୂଲ୍ୟବାନ ଧାତୁ ବଜାରରେ ସୁନାର ୧୦ ଗ୍ରାମ ପିଛା ଦର ଆଜି ୩୫୦ ଟଙ୍କା ହ୍ରାସ ପାଇ ୨୯,୭୦୫ ଟଙ୍କା ସ୍ତରକୁ ଖସି ଆସିଛି। ସେହିପରି ରୁପାର କିଲୋ ପିଛା ଦର ୬୩୫ ଟଙ୍କା ହ୍ରାସ ପାଇ ୩୭,୯୩୫ ଟଙ୍କା ହୋଇଛି। ସେହିପରି, ଖୁଚୁରା ବଜାରରେ ମଧ୍ୟ ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଛି। ସୁନାର ୧୦ ଗ୍ରାମ ପିଛା ଦର ୨୫୦ ଟଙ୍କା ହ୍ରାସ ପାଇ ୩୦,୮୦୦ ଟଙ୍କା ହୋଇଛି। ପାଞ୍ଚ ମାସ ଭିତରେ ସୁନା ଦର ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ରୁପାର କିଲୋ ପିଛା ଦର ମଧ୍ୟ ୬୨୦ ଟଙ୍କା ହ୍ରାସ ପାଇ ୩୯,୨୦୦ ଟଙ୍କା ହୋଇଛି।

ସମ୍ବନ୍ଧିତ ଖବର