ସୁନାଦର ୧୦୦ ଟଙ୍କା ବଢିଲା, ଆଗକୁ ଆହୁରି ବଢିବ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ସୁନା ଦର ଆଜି ସାମାନ୍ୟ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩୨,୧୮୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ବୃଦ୍ଧି ପାଇଥିବାରୁ ଦର ବଢିଛି । ସେହିପରି ଭାରତରେ ବିବାଦ ଋତୁ ଚାଲିଥିବାରୁ ଜୁଏଲର୍ସମାନଙ୍କ ଦ୍ୱାରା ସୁନା କ୍ରୟ ବୃଦ୍ଧି ପାଇଛି । ଏହା ଫଳରେ ଦର ବୃଦ୍ଧି ପାଇଥିବା ଜଣାଯାଇଛି । ଦିଲ୍ଲୀରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ଯଥାକ୍ରମେ ୩୨,୧୮୦ ଟଙ୍କା ଓ ୩୨,୦୩୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ରୁପା ମଧ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୦,୬୦୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୩୧୩ ଡଲାରରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ମଧ୍ୟ ସୁନାଦର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭବନା ରହିଛି । ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ତୀକ୍ତତା ବୃଦ୍ଧି ପାଇଥିବାରୁ ତାହା ଫଳରେ ଡଲାରକୁ ଦୂର୍ବଳ କରିବ । ଏହା ଫଳରେ ନିବେଶକମାନେ ସୁନା ଆଡକୁ ଢଳିବାର ସମ୍ଭାବନା ରହିଛି । ଏହା ଯୋଗୁଁ ଦର ଆହୁରି ମହଙ୍ଗା ହେବ ।

ସମ୍ବନ୍ଧିତ ଖବର