ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଛି। ଘରେ ଘରେ ସୁନାଗହଣା କିଣାକିଣି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସୁନା ଓ ରୁପାର ଦର ହଠାତ୍‌ ହ୍ରାସ ପାଇଥିବା ସୂଚନା ମିଳିଛି। ଦିଲ୍ଲୀ ସୁନା ମାର୍କେଟରେ ମଙ୍ଗଳବାର ସୁନା ଦର ୮୫ଟଙ୍କା ହ୍ରାସ ପାଇ ପ୍ରତି ୧୦ଗ୍ରାମକୁ ୩୨,୨୨୫ଟଙ୍କା ହୋଇଯାଇଛି। ସେହିପରି ରୁପା ଦର ୮୫୦ଟଙ୍କା ହ୍ରାସ ପାଇ ପ୍ରତି କିଲୋ ପିଛା ୪୦,୫୦୦ଟଙ୍କା ରହିଛି। ଦୁଇଦିନରେ ସୁନାର ମୂଲ୍ୟ ୨୨୫ଟଙ୍କା ଶସ୍ତା ହୋଇଛି।

ଦିଲ୍ଲୀ ସ୍ଥାନୀୟ ମାର୍କେଟରେ ୯୯.୯(୨୪ କ୍ୟାରେଟ) ଓ ୯୯.୫ (୨୨ କ୍ୟାରେଟ) ଶୁଦ୍ଧତା ସୁନା ଦରରେ ୮୫ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପ୍ରତି ୩୨,୨୨୫ ଓ ୩୨.୦୭୫ ଟଙ୍କା ରହିଛି। ସୁନା ମୂଲ୍ୟରେ ସୋମବାର ୧୪୦ଟଙ୍କା ହ୍ରାସ ପାଇଥିବା ଜଣାପଡ଼ିଥିଲା।

ସେହିପରି ଅନ୍ତର୍ଜାତୀୟ ମାର୍କେଟରେ ସୁନା ୦.୮୨ ପ୍ରତିଶତ ହ୍ରାସ ପାଇ ୧,୩୨୪.୨୦ ଡଲାର ପ୍ରତି ଓସ୍‌ ଓ ରୁପା ୨.୯୯ପ୍ରତିଶତ ହ୍ରାସ ପାଇ ୧୬.୫୮ ଡଲାର ପ୍ରତି ଓସ୍‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର