ଟ୍ରମ୍ପ-କିମ ଭେଟର ପ୍ରଭାବ, ସୁନା ଦର କମିଲା

ନୂଆଦିଲ୍ଲୀ :  ସୁନାଦର ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି । ଆଜି ଦିଲ୍ଲୀର  ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୩୧,୮୫୦  ଟଙ୍କାରେ ପହଞ୍ଚିଛି । ଗତ ଜୁନ ୧ରେ ସୁନା ୩୨ ହଜାର ତଳକୁ ଖସିଯାଇଥିଲା ।  ଉତ୍ତର କୋରିଆ : ଆମେରିକା ଶାନ୍ତି କଥାବାର୍ତ୍ତା ଫଳରେ ବିଶ୍ୱରେ ଡଲାର ମଝବୁତ ହୋଇଛି । ୟୁଏସ ଫେଡେରାଲ ରିଜର୍ଭ ସୁଧହାର ବଢାଇବା ସମ୍ଭବନା ମଧ୍ୟ ରହିଛି ।

ଅନ୍ୟପକ୍ଷରେ ରୁପାଦର ବୃଦ୍ଧି ପାଇଛି । ରୁପା କିଲୋଗ୍ରାମ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୪୧,୫୬୦ ଟଙ୍କାରେ ପହଞ୍ଚିଛି । ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନକାରୀଙ୍କ ଦ୍ୱାରା ଅଧିକ ରୁପା କ୍ରୟ ଯୋଗୁଁ ଏହା ହୋଇଛି ।  ଭାରତୀୟ ବଜାରରେ  ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୧୫୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୩୧,୮୦୦ ଓ ୩୧,୬୫୦ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର କମୁଥିବାରୁ ତାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ଅନ୍ତର୍ଜାତୀୟ ବଜାରରେ ସୁନା ୦.୨%  ହ୍ରାସ ପାଇ ଆଉନ୍ସ ପିଛା ୧୨୯୭ ଡଲାରରେ ପହଞ୍ଚିଛି  ଓ ରୁପା ୦.୬୦ ପ୍ରତିଶତ ବୃଦ୍ଧି  ପାଇ ଆଉନ୍ସ ପିଛା ୧୬.୭୭ ଡଲାରରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ । ଆଗାମୀ ଦିନରେ ସୁନା ଦର ଆଉ କିଛି ହ୍ରାସ ପାଇବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର