ନୂଆଦିଲ୍ଲୀ: ଆପଣବି ଯଦି ସୁନା କିଣିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ବୁଧବାର ସୁନାଦର ୨୫୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ୫ମାସ ମଧ୍ୟରେ ସୁନାଦର ସବୁଠାରୁ ତଳସ୍ତରରେ ପହଞ୍ଚିଛି। ଅର୍ଥାତ୍ ୧୦ଗ୍ରାମ ସୁନା ମୂଲ୍ୟ ୩୦୮୦୦ଟଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଦିଲ୍ଲୀ ଗହଣା ବଜାରରେ ୧୦ଗ୍ରାମ ସୁନାମୂଲ୍ୟ ୩୦୮୦୦ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ୧୦ଗ୍ରାମ ଶୁଦ୍ଧ ସୁନା ମୂଲ୍ୟ ୩୦୮୦୦ ଟଙ୍କା ଥିବା ବେଳେ ୯୯.୫ ପ୍ରତିଶତ ଶୁଦ୍ଧ ସୁନାମୂଲ୍ୟ ୩୦,୬୫୦ ଟଙ୍କା ରହିଛି। ୨୦୧୮ ଫେବ୍ରୁଆରି ୮ ତାରିଖ ପରେ ସୁନା ଦର ପ୍ରଥମଥର ଏତେ ପରିମାଣରେ ହ୍ରାସ ପାଇଛି।
ସେହିପରି ସୁନା ସହିତ ରୁପା ମୂଲ୍ୟ ବି ହ୍ରାସ ପାଇଛି। ବୁଧବାର ରୁପା ମୂଲ୍ୟ କିଲୋଗ୍ରାମ ପିଛା ୬୫୦ଟଙ୍କା ହ୍ରାସ ପାଇଛି। ଅର୍ଥାତ ରୁପା ଦର ୬୫୦ଟଙ୍କା ହ୍ରାସ ପାଇ ୩୯,୨୦୦ଟଙ୍କାରେ ପହଞ୍ଚିଛି। ତେବେ ଅନ୍ତଜାର୍ତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଥିବା ହେତୁ ଭାରତୀୟ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି।