ସୁନାଦର ରେକର୍ଡ ସ୍ତରରେ, ୧୦ ଗ୍ରାମ ପିଛା ୩୮,୯୯୫ ଛୁଇଁଲା

ନୂଆଦିଲ୍ଲୀ : ଭାରତରେ ଆଜି ସୁନାଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ସୁନା ୧୦ ଗ୍ରାମ ପିଛା ୨୫ ଟଙ୍କା ବୃଦ୍ଧି ପାଇ ୩୮,୯୯୫ ଟଙ୍କାରେ ପହଞ୍ଚିଛି । ଗତ ୪ ଦିନ ହେଲା ସୁନାଦର ବଢିଚାଲିଛି । ଅନ୍ୟପକ୍ଷରେ ରୁପା ଦର କିଲୋଗ୍ରାମ ପିଛା ୪୫,୧୦୦ ଟଙ୍କାରେ ପହଞ୍ଚିଛି । ସୁନା ଏପରି ବଢିଚାଲିଲେ ଆସନ୍ତା ଦିପାବଳୀ ସୁଦ୍ଧା ଏହା ୧୦ ଗ୍ରାମ ପିଛା ୪୦ ହଜାରକୁ ଛୁଇଁବା ଆଶା କରାଯାଉଛି ।

ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୮,୯୯୫ ଓ ୩୮,୮୨୫ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୪୯୫.୩୦ ଡଲାରରେ ପହଞ୍ଚିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର