ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଆପଣ ବି ଯଦି ସୁନା କିଣିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ମଙ୍ଗଳବାର ସୁନାଦର ୫୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଅର୍ଥାତ ଏହି ଦର ହ୍ରାସ ପାଇବା ପରେ ୧୦ଗ୍ରାମ ସୁନାର ମୂଲ୍ୟ ୩୧,୨୦୦ଟଙ୍କା ରହିଛି।

ସୂଚନାଯୋଗ୍ୟ, ସୁନା ଦର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଅନ୍ତଜାର୍ତୀୟ ବଜାରରେ ସୁନା ଓ ରୁପା ମୂଲ୍ୟ ହ୍ରାସ ଓ ସ୍ଥାନୀୟ ଗହଣା ବ୍ୟବସାୟୀଙ୍କ କମ୍‌ ଦାବି ହେତୁ ଦିଲ୍ଲୀ ଗହଣା ବଜାରରେ ୧୦ଗ୍ରାମ ସୁନାର ମୂଲ୍ୟ ୩୧, ୨୦୦ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ୯୯.୯ ଓ ୯୯.୫ ପ୍ରତିଶତ ୧୦ଗ୍ରାମ ଶୁଦ୍ଧ ସୁନାର ମୂଲ୍ୟ ୩୧,୨୦୦ ଓ ୩୧,୦୫୦ ଟଙ୍କା ଥିବା ବେଳେ ୮ଗ୍ରାମ ଗ୍ରିନ୍ନି ସୁନାର ମୂଲ୍ୟ ୨୪, ୫୦୦ଟଙ୍କା ରହିଛି। ସେହିପରି ସୁନା ସହିତ ରୁପା ମୂଲ୍ୟରେ ୧୫୦ଟଙ୍କା ହ୍ରାସ ସହିତ ପ୍ରତି କିଲୋଗ୍ରାମ ରୁପା ମୂଲ୍ୟ ୩୭, ୮୫୦ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର