କ୍ରମାଗତ ୨ୟ ଦିନ ପାଇଁ ସୁନାଦର ବୃଦ୍ଧି, ୧୦ ଗ୍ରାମ ପିଛା ୫୪ ଟଙ୍କା ବଢିଲା

ନୂଆଦିଲ୍ଲୀ : ଗତ ସପ୍ତାହରେ ସୁନାଦର କ୍ରମାଗତଭାବେ ହ୍ରାସ ପାଇଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ସୁନା ପୁଣି ଥରେ ବଢିବା ଆରମ୍ଭ କରିଛି । ଦୁର୍ବଳ ଟଙ୍କା ଓ ଆଇଏମଏଫ ଦ୍ୱାରା ଭାରତର ଅଭିବୃଦ୍ଧି ଆକଳନ ହ୍ରାସ କରିବାର ପ୍ରଭାବ ସୁନା ଦର ଉପରେ ପଡ଼ିଛି ।
ନୂଆଦିଲ୍ଲୀରେ ମଙ୍ଗଳବାରଦିନ ସୁନାଦର ୧୦ ଗ୍ରାମ ପିଛା ୫୪ ଟଙ୍କା ବୃଦ୍ଧି ପାଇ ୪୦,୮୦୭ ଟଙ୍କାରେ ପହଞ୍ଚିଛି । ସୋମବାରଦିନ ମଧ୍ୟ ସୁନାଦର ୪୦,୭୫୩ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ରୁପାଦର ଆଜି ହ୍ରାସ ପାଇଛି । ରୁପା କିଲୋଗ୍ରାମ ପିଛା ୫୬ ଟଙ୍କା ହ୍ରାସ ପାଇ ୪୭,୮୦୪ ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୪୭,୮୬୦ ଟଙ୍କାରେ ବନ୍ଦ ହୋଇଥିଲା ।

ମଙ୍ଗଳବାରଦିନ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ୬ ପଇସା ହ୍ରାସ ପାଇ ୭୧.୧୭ରେ ପହଞ୍ଚିଛି ।

କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୪୦,୧୫୩ ଟଙ୍କାକୁ ବୃଦ୍ଧି ପାଇଛି । ରୁପା ମଧ୍ୟ ୪୬୯୭୦ ଟଙ୍କାକୁ ବୃଦ୍ଧି ପାଇଛି ।  ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୯ ଡଲାରକୁ ବୃଦ୍ଧି ପାଇଛି । ରୁପା ମଧ୍ୟ ଆଉନ୍ସ ପିଛା ୧୮ ଡଲାରକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର