ଦୀପାବଳୀ ସତ୍ତ୍ୱେ ସୁନାଦର ମାନ୍ଦା, କିନ୍ତୁ ଆଗକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆଗକୁ ରହିଛି ଦୀପାବଳୀ ଓ ତାର କିଛି ସପ୍ତାହ ପରେ ବିବାହ ଋତୁ । କିନ୍ତୁ ଏହା ସତ୍ତ୍ୱେ ସୁନାଦର ମାନ୍ଦା ରହିଛି । ଏହାର କାରଣ ହେଉଛି ସୁନା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ନାହିଁ । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ମାନ୍ଦା ରହିଛି । ଗତ ଦୁଇ ଦିନ ଧରି ଭାରତୀୟ ବଜାରରେ ସୁନାଦର ପ୍ରାୟତଃ ସମାନ ରହିଛି । ଗତ କାଲି ସୁନାଦର ୧୦ ଗ୍ରାମ ପିଛା ୩୧,୨୫୦ ଟଙ୍କା ଥିବାବେଳେ ଆଜି ତାହା ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ୩୧,୨୬୦ ଟଙ୍କାରେ ପହଞ୍ଚିଛି । ସେହିପରି ଗତ ଗତ ଗୁରୁବାର ଦିନ ସୁନା ଦର ୧୨୫ ଟଙ୍କା ବୃଦ୍ଧି ପାଇ ଗତ ୬ ବର୍ଷରେ ସର୍ବାଧିକ ୩୨,୬୨୫ ଟଙ୍କାରେ ପହଞ୍ଚିଛି । କିନ୍ତୁ ତା ପର ଦିନ ଅର୍ଥାତ ଶୁକ୍ରବାର ଦିନ ସୁନା ଦର ୩୫ ଟଙ୍କା ହ୍ରାସ ପାଇ ୩୨,୫୯୦କୁ ଖସିଆସିଥିଲା । ତେବେ ବଜାର ବିଶେଷଜ୍ଞଙ୍କ ମତରେ ଆଗକୁ ସୁନାଦର ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବା । ଯଦି ଆଗକୁ ଟଙ୍କା ମୂଲ୍ୟ ସୁଦୃଢ ନହୁଏ ତେବେ ସୁନା ଦର ବିଶେଷ ହ୍ରାସ ପାଇବାର ସମ୍ଭାବନା କମ ।

ସମ୍ବନ୍ଧିତ ଖବର