ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବେପାର ମାନ୍ଦା, କାହିଁକି ଜାଣନ୍ତୁ

ମୁମ୍ବାଇ : ଏ ବର୍ଷର ଅକ୍ଷୟ ତୃତୀୟା ଗ୍ରାହକମାନଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ଦର ବେଶ ଚଢା ଥିବାରୁ ବିକ୍ରି ଆଶାନୁରୂପ ହୋଇନଥିବା ସୂଚନା ମିଳଛି । ମୁମ୍ବାଇ ଜୁଏଲାରୀ ଆସୋସିଏସନର ସଭାପତି ରାକେଶ ସେଟ୍ଟୀ କହିଛନ୍ତି ଯେ ବିଭିନ୍ନ କାରଣରୁ ବିକ୍ରି ଗତ ବର୍ଷ ପରି ହୋଇନାହିଁ । ସବୁଠାରୁ ମୁଖ୍ୟ କାରଣ ହେଉଛି ସୁନାଦର ରେକର୍ଡ ସ୍ଥିତିରେ ରହିଛି । ଦେଶରେ କେତେକେ ଅଂଚଳରେ ଏଟିଏମରୁ ଟଙ୍କା ବାହାରୁ ନାହିଁ ।  ଗ୍ରାହକମାନେ କେବଳ ସାଂକେତିକ ଭାବେ ଅଳ୍ପ ପରିମାଣର ସୁନା କିଣୁଛନ୍ତି ।

ଏବେ ସୁନାଦର ୧୦ ଗ୍ରାମ ପିଛା ୩୨,୦୦୦ ଟଙ୍କା ଉପରେ ରହିଛି । କାରଣ ସିରିୟାରେ ଆମେରିକା ଓ ତାହାର ମିତ୍ରରାଷ୍ଟ୍ରମାନଙ୍କ ଦ୍ୱାରା ଆକ୍ରମଣ ପରେ ବିଶ୍ୱସ୍ତରରେ ଉତ୍ତେଜନା ବୃଦ୍ଧି ପାଉଛି । ଏହାଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଏଣୁ ସୁନା ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଉଛି । ବିଗତ ଅନେକ ବର୍ଷ ଧରି ଅକ୍ଷୟ ତୃତୀୟାରେ ସୁନା ଦର ଏତେ ଚଢା ନଥିଲା । ମଇ ୯, ୨୦୧୬ ଅକ୍ଷୟ ତୃତୀୟାରେ ସୁନାଦର ୨୯,୮୬୦ ଟଙ୍କା ଥିଲା । ଗତ ବର୍ଷ ଅକ୍ଷୟ ତୃତୀୟାରେ ଏହା ୨୮,୮୬୧ ଟଙ୍କା ଥିଲା ।

ସମ୍ବନ୍ଧିତ ଖବର