ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖରାପ ଖବର। ସେମାନେ କେଉଁ ସମୟରେ କେଉଁ ସ୍ଥାନକୁ ଯାଉଛନ୍ତି ତାହାର ସବୁ ତଥ୍ୟ ଗୁଗୁଲ୍ ପାଖରେ ପହଞ୍ଚୁଛି। ଯେଉଁ ସବୁ ଫୋନ୍ରେ କ୍ରୋମ୍ ବ୍ରାଉଜର୍ ରହିଛି ତାହା ଫୋନ୍ ବ୍ୟବହାରକାରୀଙ୍କ ତଥ୍ୟକୁ ଗୁଗୁଲ୍ ପାଖକୁ ପଠାଉଛି। କ୍ରୋମ୍ ପ୍ରଚ୍ଛଦରେ(ବ୍ୟାକ୍ଗ୍ରାଉଣ୍ଡ୍) ରହି କାମ କରୁଛି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ କ୍ରୋମ୍ ପକ୍ଷରୁ ବ୍ୟବହାରକାରୀଙ୍କ ‘ଲୋକେସନ୍’ ତଥ୍ୟକୁ ୩୪୦ ଥର ଗୁଗୁଲ୍କୁ ପଠାଯାଉଛି। ଅର୍ଥାତ ପ୍ରତି ଘଣ୍ଟାରେ ୧୪ ଥର ଗୁଗୁଲ୍ ପାଖରେ ଲୋକଙ୍କ ଲୋକେସନ୍ ତଥ୍ୟ ପହଞ୍ଚୁଛି। ଆଇଫୋନ୍ ତୁଳନାରେ ୫୦ ଗୁଣା ଅଧିକ ହାରରେ କ୍ରୋମ୍ ତଥ୍ୟ ପଠାଉଛି। ଲୋକେସନ୍ ସେଟିଂକୁ ଅଫ୍ କରିବା ପରେ ମଧ୍ୟ ଗୁଗୁଲ୍ ବ୍ୟବାରକାରୀଙ୍କ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି। ଏନେଇ ଆମେରିକାର ଏକ ଅଦାଲତରେ ଗୁଗୁଲ୍ ବିରୋଧରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ଲୋକେସନ୍ ସେଟିଂ ଅଫ୍ କରିବା ପରେ ଫୋନ୍ ବ୍ୟବହାରକାରୀଙ୍କ କୌଣସି ତଥ୍ୟ ସଂରକ୍ଷିତ ରଖାଯାଏ ନାହିଁ ବୋଲି ଗୁଗୁଲ୍ କରୁଥିବା ଦାବି ମିଥ୍ୟା ବୋଲି ଜଣାପଡ଼ିଛି।
ପ୍ରତି ଘଣ୍ଟାରେ ୧୪ ଥର ଲୋକଙ୍କ ‘ଲୋକେସନ୍’ ତଥ୍ୟ ପାଉଛି ଗୁଗୁଲ୍
/sambad/media/post_attachments/wp-content/uploads/2018/08/location.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)