ଏଣିକି ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଗୁଗୁଲ ଫାଇଲସ୍‌ ଗୋ ଆପ୍‌

ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ଗୁଗୁଲ ଫାଇଲସ ଗୋ ଆପ୍‌ ଉପଲବ୍ଧ ହେବ । ଗୁଗୁଲର ଫାଇଲସ୍‌ ଗୋ ଆପ୍‌ ମୋବାଇଲରେ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ମୋବାଇଲ ଫୋନ୍‌ରୁ ସ୍ପେସକୁ ବୃଦ୍ଧି କରିବା ସହିତ ଅଫଲାଇନ୍‌ ଥିବାବେଳେ ମଧ୍ୟ ଅନ୍ୟମାନଙ୍କ ସହିତ ଶୀଘ୍ର ଫାଇଲ ସେୟାର କରିବା ପାଇଁ ସୁବିଧା ପ୍ରଦାନ କରିଥାଏ । ଉକ୍ତ ଆପର ଶୁଭାରମ୍ଭ ସମୟରୁ ବିଭିନ୍ନ ଭାରତୀୟ ଭାଷା ଯେପରିକି ହିନ୍ଦୀ, ବଙ୍ଗାଳି, ଗୁୁଜୁରାଟୀ, କନ୍ନଡ, ମରାଠୀ, ମାଲାୟାଲମ, ପଂଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁକୁ ସପୋର୍ଟ କରିଆସୁଥିବାବେଳେ ଗୁଗୁଲ ପକ୍ଷରୁ ଭାରତୀୟ ଗ୍ରାହକମାନଙ୍କୁ ସାହାଯ୍ୟ କରିବା ପାଇଁ ଅହରହ ଏହି ଆପ୍‌ ମାଧ୍ୟମରେ ଅନ୍ୟାନ୍ୟ ଭାରତୀୟ ଭାଷାକୁ ସଂଯୋଗ କରାଯାଉଛି । ଏହି ଆପ୍‌ଟି ଭାରତ ପାଇଁ ଗୁଗୁଲରେ ଡିସେମ୍ବର ୨୦୧୭ରେ ଶୁଭାରମ୍ଭ ହୋଇଥିଲା ଏବଂ ଆଣ୍ଡ୍ରଏଡ୍‌ ୫.୦ (ଲଲିପପ୍‌) କିମ୍ବା ତତୁର୍ଦ୍ଧ ଫୋନ୍‌ରେ ଏହା କାର୍ଯ୍ୟ କରିଥାଏ । ଏହି ଆପ୍‌ ବିଭିନ୍ନ କୁଶଳୀ ବୈଶିଷ୍ଟ୍ୟ ଯେପରିକି ବ୍ୟବହାର ହେଉନଥିବା ଆପ୍‌, ଲମ୍ବା ଫାଇଲସ, ଡୁପଲିକେଟ ଫାଇଲ କିମ୍ବା କମ୍‌ ରିଜଲ୍ୟୁସନର ଭିଡିଓ ଗୁଡିକୁ ଆପେ ଆପେ ଚିହ୍ନଟ କରିଥାଏ ଏବଂ ଗୁଗୁଲର ଅତ୍ୟାଧୁନିକ ମୋବାଇଲ ଭର୍ସନ ଟେକ୍ନୋଲୋଜିର ବ୍ୟବହାର ବେଳେ ମେମେସର ଚିହ୍ନଟ ସହିତ କେଉଁ ଫାଇଲକୁ ଡିଲିଟ କରିବା ଆବଶ୍ୟକ ସେହି ସମ୍ପର୍କରେ ବ୍ୟକ୍ତିଗତ ସୂଚନା ପ୍ରଦାନ କରିଥାଏ । ଏଥିରେ ମଧ୍ୟ ମେସେଜିଙ୍ଗ ଆପ୍‌ରେ ସେୟାର ହେଉଥିବା ଗୁଡମର୍ଣ୍ଣିଂ ଫଟୋ ଅନ୍ତର୍ଭୁକ୍ତ ଯାହାକି ମୋବାଇଲ ଫୋନରେ ବହୁ ସ୍ଥାନ ଗ୍ରହଣ କରିଥାଏ ଏବଂ ଗ୍ରାହକମାନଙ୍କୁ କେବଳ ଗୋଟିଏ କ୍ଲିକରେ ସେଗୁଡିକ କ୍ଲିୟର କରିବାକୁ ସାହାଯ୍ୟ କରିଥାଏ ।

ସମ୍ବନ୍ଧିତ ଖବର