୨୦୧୯ରେ ନିଜର ୫ଟି ପ୍ରଡକ୍ଟକୁ ବନ୍ଦ କଲା ଗୁଗଲ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ବଡ଼ ଟେକ୍‌ ଫାର୍ମରେ ସାମିଲ ଥିବା ଗୁଗଲ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ଯୋଗାଇ ଦେଇଛି । ସର୍ଚ୍ଚ ଇଞ୍ଜନ ଭାବେ ଜଣା ଗୁଗଲ ପ୍ରଡକ୍ଟର ବ୍ୟବହାର କମ୍ପ୍ୟୁଟର ଓ ମୋବାଇଲ ଫୋନରେ କୋଟି କୋଟି ଲୋକ କରୁଛନ୍ତି । ଗୁଗଲର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପ୍ରଡକ୍ଟ ମଧ୍ୟରେ ଜିମେଲ, ସର୍ଚ୍ଚ ଇଞ୍ଜିନ ଓ ୟୁଟ୍ୟୁବ୍‌ ରହିଥିବା ବେଳେ ବ୍ୟବହାରକାରୀଙ୍କ ଭଲ ପ୍ରତିକ୍ରିୟା ନ ମିଳିବାରୁ କମ୍ପାନୀ ଅନେକ ପ୍ରଡକ୍ଟକୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି । ୨୦୧୯ରେ ଗୁଗଲ ପ୍ରାୟ ୫ଟି ପ୍ରଡକ୍ଟ ବନ୍ଦ କରି ସାରିଛି ।

୧.ଗୁଗଲ ନିଜର ସୋସିଆଲ େଓ୍ଵବ୍‌ସାଇଟ୍‌ ଗୁଗଲ+କୁ ଚଳିତ ବର୍ଷ ସଂପୂର୍ଣ୍ଣ ବନ୍ଦ କରି ଦେଇଛି । ୮ବର୍ଷ ପୂର୍ବରୁ ଏହାକୁ ଆରମ୍ଭ କରାଯାଇଥିବା ବେଳେ ୮ବର୍ଷ ପରେ ଏହାକୁ କମ୍ପାନୀ ବନ୍ଦ କରି ଦେଇଛି ।

Google+
navbharattimes.indiatimes.com

୨. ଇଣ୍ଟରନେଟ୍‌ ଦ୍ୱାରା ଚାଳିକ ଟେକ୍ସଟ୍‌ ମେସେଜିଙ୍ଗ୍‌ ଆପ୍‌ ଗୁଗଲ ଆଲୋକୁ ମଧ୍ୟ ୨୦୧୯ରେ ଗୁଗଲ ବନ୍ଦ କରି ଦେଇଛି ।

Google Allo
navbharattimes.indiatimes.com

୩. ଇନ୍‌ବକ୍ସ ବାଏ ଜିମେଲ ଆପ୍‌ରେ ଉପଲବ୍ଧ ଥିବା ପ୍ରାୟ ସୁବିଧା ଜିମେଲରେ ପୂର୍ବରୁ ଉପଲବ୍ଧ ଥିବାରୁ ୪ବର୍ଷ ମଧ୍ୟରେ କମ୍ପାନୀ ଏହାକୁ ବନ୍ଦ କରିଥିବା ଜଣା ପଡ଼ିଛି ।

Inbox by Gmail
navbharattimes.indiatimes.com

୪. ୪ବର୍ଷ ତଳେ ଆରମ୍ଭ ହୋଇଥିବା ୟୁଟ୍ୟୁବ୍‌ର ଗେମିଙ୍ଗ୍‌ ଭିଡିଓଜ୍‌ ଓ ଲାଇଭ୍‌ ଷ୍ଟ୍ରିମିଙ୍ଗ ଉପରେ ଫୋକସ କରୁଥିବା ସର୍ଭିସକୁ ଗୁଗଲ ଚଳିତ ବର୍ଷ ବନ୍ଦ କରି ଦେଇଛି ।

Youtube Gaming
navbharattimes.indiatimes.com

୫. ଗୁଗଲ କିଛି ବର୍ଷ ତଳେ ଏରିଓ ଆପ୍‌ ବାହାର କରିଥିଲା । ଯାହାଦ୍ୱାରା ଲୋକ ଅନ୍‌ଲାଇନ୍‌ ଖାଇବା ଅର୍ଡର ସହ ରେସ୍ତୋରାଁରେ ଟେବୁଲ ବୁକ୍‌ କରି ପାରୁଥିଲେ । କିନ୍ତୁ ଏହାକୁ ସେତେଟା ଲୋକପ୍ରିୟତା ନ ମିଳିବାରୁ କମ୍ପାନୀ ଏହାକୁ ବନ୍ଦ କରିଦେଇଛି ।

Areo
navbharattimes.indiatimes.com
ସମ୍ବନ୍ଧିତ ଖବର