ମହିଳାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଗୁଗଲ ମ୍ୟାପ୍‌ ଆଣିଲା ଅଫ୍‌-ରୁଟ୍‌ ଫିଚର, ଟାକ୍ସି ଚାଳକ ଭୁଲ ରାସ୍ତାରେ ଗାଡ଼ି ନେଲେ କରିବ ଆଲର୍ଟ

ନୂଆଦିଲ୍ଲୀ : ଗୁଗଲ ନିଜ ମ୍ୟାପ୍‌ରେ ଏକ ଖାସ୍‌ ଫିଚରକୁ ସଂଯୋଗ କରିଛି । ଭାରତୀୟଙ୍କ ପାଇଁ ଗୁଗଲ ନିଜ ମ୍ୟାପ୍‌ରେ ଅଫ୍‌-ରୁଟ୍‌ ନାମକ ଫିଚର ତିଆରି କରିଥିବା ବେଳେ ଏହି ଫିଚର ଦ୍ୱାରା ମହିଳା ଯାତ୍ରୀମାନେ ଅଧିକ ସୁରକ୍ଷିତ ହୋଇ ପାରିବେ । ଏହି ଫିଚର ସାହାଯ୍ୟରେ ଭୁଲ ରାସ୍ତାରେ କ୍ୟାବ୍‌ ଚାଳକ ଗାଡ଼ି ନେଲେ ୫୦୦ମିଟର ପରେ ଯାତ୍ରୀମାନେ ଆଲର୍ଟ ହୋଇଯିବେ । ନିଜେ ଗାଡ଼ି ଚଳାଉଥିଲେ ମଧ୍ୟ ଲୋକମାନେ ଏହାର ଫାଇଦା ଉଠାଇ ପାରିବେ । ଏହି ଫିଚର ସାମିଲ ହେବା ଦ୍ୱାରା ଲୋକମାନେ ଭୁଲ ରାସ୍ତାରେ ଯିବା ପୂର୍ବରୁ ସେମାନଙ୍କୁ ଆଲର୍ଟ କରି ଦିଆଯିବ । ଏହି ଫିଚରକୁ ଚଳିତ ମାସରେ ଗୁଗଲ ଲଞ୍ଚ କରିବ ବୋଲି ଜଣା ପଡ଼ିଥିବା ବେଳେ ଏହାକୁ ଏକ୍ସଡିଏ ଡେଭ୍ଲପର ତିଆରି କରିଛି ।

Times Now

ଏହି ଫିଚରର ଲାଭ ଉଠାଇବା ପାଇଁ ପ୍ରଥମେ ଗୁଗଲ ମ୍ୟାପ୍‌କୁ ଯାଇ ଗନ୍ତବ୍ୟ ସ୍ଥଳ ବାଛନ୍ତୁ । ଏହା ପରେ ସ୍କ୍ରିନ୍‌ ତଳେ ଥିବା ଷ୍ଟେ ସେଫର ବଟନକୁ ଦବାନ୍ତୁ । ଷ୍ଟେ ସେଫର ଆପ୍‌ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ସେୟାର ଲାଇଭ୍‌ ଟ୍ରିପ୍‌ ଏବଂ ଗେଟ୍‌ ଅଫ୍‌ରୁଟ୍‌ ଆଲର୍ଟ ନାମରେ ଦୁଇଟି ବିକଳ୍ପ ମିଳିବ । ଯାହା ପରେ ଅଫ୍‌ରୁଟ୍‌ ଆଲର୍ଟ ଚୟନ କରି ଆପଣ ଭୁଲ ରାସ୍ତାରେ ଯାଉଛନ୍ତି କି ନାହିଁ ଜାଣି ପାରିବେ ।

 

ସମ୍ବନ୍ଧିତ ଖବର