ଆସନ୍ତା ମାର୍ଚ୍ଚ ସୁଦ୍ଧା ଇନବକ୍ସକୁ ବନ୍ଦ କରିଦେବ ଗୁଗୁଲ

ନୂଆଦିଲ୍ଲୀ : ଗୁଗୁଲର ବିକଳ୍ପ ଇମେଲ ଆପ ଇନବକ୍ସ ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ କରିଦିଆଯିବ । ଏ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଜିମେଲ ପରି ଏହି ଇନବକ୍ସକୁ ସେତେଟା ସଫଳତା ମିଳିନଥିବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି । ଗୁଗୁଲ ପକ୍ଷରୁ ୨୦୧୪ରେ ଏହି ଇନବକ୍ସ ଲଞ୍ଚ କରାଯାଇଥିଲା । ଲୋକମାନଙ୍କୁ ଏକ ଅତ୍ୟାଧୁନିକ ତଥା ଅଭିନବ ପ୍ରକାରର ଇମେଲ ବିକଳ୍ପ ଯୋଗାଇଦେବା ଲକ୍ଷ୍ୟରେ କମ୍ପାନି ପକ୍ଷରୁ ଏହା କରାଯାଇଥିଲା । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଥିଲା । ଏହା ସତ୍ତ୍ୱେ ଏହି ଆପଟି ସେତେଟା ସଫଳ ହୋଇପାରିନଥିଲା । ଏଣୁ ଏହାକୁ ବନ୍ଦ କରିଦେବାକୁ ଗୁଗୁଲ ନିଷ୍ପତ୍ତି ନେଇଛି । ବନ୍ଦ କରିବା ପୂର୍ବରୁ ଏହାର ୟୁଜର ମାନଙ୍କୁ ଜିମେଲକୁ ଯିବାର ସୁଯୋଗ ଦିଆଯିବ । ଏହାକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ବନ୍ଦ କରିଦିଆଯିବା ପରେ କମ୍ପାନି କେବଳ ଜିମେଲ ଉପରେ ଫୋକସ୍‌ କରିବ ବୋଲି ଜିମେଲର ପ୍ରଡକ୍ଟ ମ୍ୟାନେଜର ମାଥ୍ୟୁ ଆଇଜାଟ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର