ଗୁଗଲ ଟ୍ରାନ୍ସଲେସନ୍‌ରେ ଏଣିକି ଆଉ ୭ଟି ଭାରତୀୟ ଭାଷାରେ ଅଫଲାଇନ୍‌ ଟାନ୍ସଲେସନ୍‌ କରିପାରିବେ

ନୂଆଦିଲ୍ଲୀ: ଗୁଗଲ ଟ୍ରାନ୍ସଲେସନ୍ ଅାପ୍  ଦୈନଦିନ ଜୀବନରେ ଅନେକ କାମରେ ଆସିଥାଏ। ବିଶେଷ କରି ଯେଉଁମାନେ ବିଦେଶ ଯାତ୍ରା କରୁଛନ୍ତି କିମ୍ବା ନୂଆ ଭାଷା ଶିଖିବା ପାଇଁ ଇଚ୍ଛା ରଖି ଥାଆନ୍ତି ସେମାନଙ୍କ ଲାଗି ଏହା ଲାଭଦାୟକ ଅଟେ। ଗୁଗୁଲ ଏହି ଆପ୍‌ ପାଇଁ ଏକ ନୂତନ ଅପଡେଟ ଜାରି କରିଛି। ଗୁଗଲ ଟ୍ରାନ୍ସଲେସନ୍‌ରେ ଏହି ନୂଆ ଅପଡେଟ୍‌ ଜରିଆରେ ଅନେକ ଭାରତୀୟ ଭାଷାରେ ଅଫଲାଇନ୍‌ ଟ୍ରାନ୍ସଲେସନ୍‌ କରିହେବ। ଏଥିରେ ବଙ୍ଗଳା, ଗୁଜୁରାଟି, କନ୍ନଡ଼, ତାମିଲ, ମରାଠି ତେଲୁଗୁ ଓ ଊର୍ଦୁ ଆଦି ସାମିଲ ରହିଛି।

ଗୁଗଲ ଅଧିକାରୀ ଚେଞ୍ଜଲାଗଙ୍କ କହିବାନୁସାରେ, ଅଫଲାଇନ୍‌ ଟ୍ରାନ୍ସଲେସନ୍‌ ସହିତ ଏବେ ଇଂରାଜି ଭାଷାରୁ ଗୁଜୁରାଟି,ବଙ୍ଗଳା, କନ୍ନଡ଼, ମରାଠି, ତାମିଲ ଓ ଊର୍ଦୁରେ ଇନ୍‌ଷ୍ଟାଣ୍ଟ କ୍ୟାମେରା ଟ୍ରାନ୍ସଲେସନ୍‌ ସମ୍ଭବ ହୋଇପାରିଛି। ଆଣ୍ଡ୍ରୋଏଡ ଗୁଗଲ ଟ୍ରାନ୍ସଲେଟ ଜରିଆରେ ଅପଡେଟକୁ ପ୍ଲେ ଷ୍ଟୋର ଜରିଆରେ ରୋଲ ଆଉଟ କରି ପାରିବେ। ଯଦି ଏହି ଅପଡେଟ ମିଳୁ ନାହିଁ କିନ୍ତୁ ଏହି ଫିଚରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏପିକେ ଫାଇଲ୍ ଡାଉନ୍‌ଲୋଡ କରି ପାରିବେ।

ଏତଦ୍‌ବ୍ୟତୀତ ଗୁଗଲ ନିଜର ଇମେଲ ସର୍ଭସ୍‌ ଜି-ମେଲ ଡିଜାଇସରେ ଏକ ବଡ ପରିବର୍ତ୍ତନ କରଛି। ଏହି ପରିବର୍ତ୍ତନ ଜରିଆରେ ଜି-ମେଲରେ ଏକ୍ସପାୟରି ଡେଟ୍‌ ସହିତ ଇମେଲ ପଠାଇ ହେବ। ଅର୍ଥାତ ଏହି ନିଶ୍ଚିତ ସମୟ ମଧ୍ୟରେ ଇମେଲର ଇନ୍‌ବକ୍ସରୁ ଆପଣାଛାଏଁ ମେସେଜ ଡିଲିଟ୍ ହୋଇଯିବ।

ସମ୍ବନ୍ଧିତ ଖବର