କୌଣସି କାରଣରୁ ହଠାତ୍ ଚାକିରି ଚାଲିଗଲେ ଇପିଏଫଓ ସଦସ୍ୟ ନିଜର ପିଏଫ ଆକାଉଣ୍ଟରେ ଜମା ୭୫ ପ୍ରତିଶତ ଟଙ୍କା ମାସକ ଭିତରେ ଉଠାଇପାରିବେ!

ନୂଆଦିଲ୍ଲୀ : ସରକାର ବଦଳାଇଲେ ପ୍ରୋଭିଡେଂଟ ଫଣ୍ଡର ନିୟମ। ଏଣିକି କୌଣସି କାରଣରୁ ହଠାତ୍ ଚାକିରି ଚାଲିଗଲେ କର୍ମଚାରୀଙ୍କୁ ତୁରନ୍ତ ଦିଆଯିବ ପିଏଫ ଟଙ୍କା। ଯାହାଦ୍ୱାରା ଚାକିରି ଚାଲିଯିବା ପରେ ଇପିଏଫଓ ସଦସ୍ୟ ନିଜର ପିଏଫ ଆକାଉଂଟରେ ଜମା ୭୫ ପ୍ରତିଶତ ଟଙ୍କା ମାସକ ଭିତରେ ଉଠାଇ ପାରିବେ । ତେବେ ଗତ ୬ ଡିସେମ୍ବରରୁ ଏହି ନିୟମକୁ ଲାଗୁ କରାଯାଇଛି ।

ପିଏଫ ସଂଶୋଧିତ ନିୟମ ଅନୁଯାୟୀ, ଗମ୍ଭୀର ରୋଗର ଚିକିତ୍ସା, ପିଲାଙ୍କ ପାଠପଢା ଏବଂ ବିବାହ ପାଇଁ ପିଏଫର ପୂରା ରକମ ଉଠାଇପାରିବେ। ପିଏଫର ଏହି ସଂଶୋଧିତ ନିୟମ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ଉପରେ ବି ଲାଗୁ ହେବ । ଇପିଏଫଓର ସେଂଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ବୈଠକ ପରେ ଲେବଲ ମିନିଷ୍ଟର ସନ୍ତୋଷ କୁମାର ଗଂଗୱାର କହିଛନ୍ତି କି, ଆମେ ସ୍କିମରେ କିଛି ସଂଶୋଧନ କରିବା ସହିତ ପିଏଫ ସଦସ୍ୟଙ୍କୁ ବେରୋଜଗାର ହେବାର ଏକ ମାସ ପରେ ନିଜ ଆକାଉଂଟରୁ ୭୫ ପ୍ରତିଶତ ଟଙ୍କା ଉଠାଇବାର ଆଶ୍ୱସ୍ତି ଦେବାକୁ ନିଷ୍ପତି ନେଇଛୁ ।

ସୂଚନାଯୋଗ୍ୟ ଯେ, ସରକାରଙ୍କ ତରଫରୁ କର୍ମଚାରୀଙ୍କର ଚାକିରି ଯିବା ପରିସ୍ଥିତିରେ କିମ୍ବା କଂପାନୀରୁ ବହିଷ୍କୃତ ହେବା ପରେ ତଥା ୫୮ ବର୍ଷ ବୟସ ପର୍ଯ୍ୟନ୍ତ ପିଏଫ ଟଙ୍କା ଉଠାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ, ଯାହାକୁ ୧ ମଇ ୨୦୧୬ରୁ ଲାଗୁ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ ପିଏଫକୁ ନେଇ ନିଆଯାଇଥିବା ଏଭଳି ନିୟମକୁ ବହୁଳମାତ୍ରାରେ ବିରୋଧ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

ସମ୍ବନ୍ଧିତ ଖବର