ସରକାରୀ ତଥ୍ୟର ସମାଲୋଚନା କରିପାରିବେନି କମିଟି ସଦସ୍ୟ

ନୂଆଦିଲ୍ଲୀ: କମିଟିର ସଦସ୍ୟମାନେ ସରକାରୀ ତଥ୍ୟକୁ ନେଇ ମନ୍ତବ୍ୟ ଦେଇପାରିବେ ନାହିଁ। ତଥ୍ୟର ସାର୍ବଜନୀନ ସମାଲୋଚନା କରିପାରିବେ ନାହିଁ। କମିଟି ସଦସ୍ୟମାନଙ୍କ ପାଇଁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଆଚରଣବିଧି ଲାଗୁ କରାଯାଇଛି। ମନ୍ତ୍ରଣାଳୟ ଦ୍ବାରା ଗଠନ କରାଯାଇଥିବା କିମ୍ବା ପାଣ୍ଠି ଯୋଗାଇ ଦିଆଯାଉଥିବା କୌଣସି କମିଟିର ସଦସ୍ୟ ଗୋପନୀୟ ତଥ୍ୟକୁ ପ୍ରକାଶ କରିପାରିବେ ନାହିଁ। ଅତୀତରେ ସରକାର ପ୍ରସ୍ତୁତ କରିଥିବା ନିଯୁକ୍ତି ଓ ଅଭିବୃଦ୍ଧି ସମ୍ପର୍କିତ ତଥ୍ୟ ଆଗୁଆ ଲିକ୍ ହୋଇଯାଇଥିଲା। ପରିସଂଖ୍ୟାନ କମିଟିରେ ଥିବା କିଛି ସଦସ୍ୟ ଉକ୍ତ ତଥ୍ୟକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଫଳରେ ସରକାର ଜାରି କରୁଥିବା ତଥ୍ୟର ବିଶ୍ବସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି କମିଟି ସଦସ୍ୟଙ୍କ ନିମନ୍ତେ ନୂତନ ଆଚରଣବିଧି ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର