ପେଟ୍ରୋଲ ଓ ଡିଜେଲ କାର ଉପରେ ଲାଗିପାରେ ୧୨ ହଜାର ଟଙ୍କାର ଅତିରିକ୍ତ ଟିକସ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ କାର ଉପରେ ଖୁବଶୀଘ୍ର ଲାଗିପାରେ ୧୨ ହଜାର ଟଙ୍କାର ଅତିରିକ୍ତ ଟିକସ । ବିଦ୍ୟୁତ ଚାଳିତ ଯାନ କିଣିବାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେବା ପାଇଁ ଯୋଜନା କରୁଥିବା ଜଣାଯାଇଛି । ଏହି ଅତିରିକ୍ତ ଟଙ୍କା ଯେଭଳି ଅଫିସର ଓ ଅଟୋମେକରଙ୍କ ପାଖକୁ ଯେଭଳି ନ ଯିବ ସେଥିପାଇଁ ବି ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର ।

indiatimes.com

ନୀତି ଆୟୋଗ ଏ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମ ବର୍ଷରେ ଦୁଇ ଚକିଆ ଓ ଚାରି ଚକିଆ ବିଦ୍ୟୁତ ଯାନ କିଣିଲେ ଗ୍ରାହକମାନଙ୍କୁ ୫୦ ହଜାର ଯାଏଁ ରିହାତି ମିଳିବ ଓ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଯିବ । ଏହା ଫଳରେ ଅଫିସର କିମ୍ବା ଡିଲର ଏହି ଟଙ୍କାକୁ ବାଟମାରଣା କରିପାରିବେ ନାହିଁ ବୋଲି ସରକାର ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର