ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଓ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ ( ଏମଟିଏନଏଲ) ର ମିଶ୍ରଣ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଏହି ମିଶ୍ରଣ ପରେ ଏମଟିଏନଏଲ୍ ବିଏସଏନଏଲ୍ର ଏକ ଶାଖା କମ୍ପାନି ବା ସବସିଡାରିରେ ପରିଣତ ହେବ। ଏହା ସହିତ ସରକାର ଏହି କମ୍ପାନିରେ ପ୍ରାୟ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହିତ ବିଏସଏନଏଲ୍ର ପୁନରୁଦ୍ଧାର ପାଇଁ କେତେକ ଯୋଜନା ପ୍ରସ୍ତୁତ କରାଯାଇଛି । ପାଣ୍ଠି ସଂଗ୍ରହ ପାଇଁ ବଣ୍ଡ ଜାରି କରାଯିବ, ବିଭିନ୍ନ ସଂପତ୍ତିକୁ ବିକ୍ରି କରାଯିବ ଓ ବଳକା କର୍ମଚାରୀଙ୍କ ସ୍ୱେଚ୍ଛାକୃତ ଅବସର ଦିଆଯାଇ ଖର୍ଚ୍ଚକାଟ କରାଯିବ ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର ବିଏସଏନଏଲରେ ୨୯,୯୩୭ କୋଟି ଟଙ୍କାର ପୁଞ୍ଜି ଭର୍ତ୍ତି କରିବେ । ସୋଭେରିନ ବଣ୍ଡ ଜାରି କରି ବଜାରରୁ ୧୫ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହାଛଡା ଆସନ୍ତା ୪ ବର୍ଷରେ ୩୮ ହଜାର କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯିବ ।