ନିରପେକ୍ଷ ରହିବ ଇଣ୍ଟରନେଟ, ନେଟ ନ୍ୟୁଟ୍ରାଲିଟିକୁ ସରକାରଙ୍କ ମଂଜୁରୀ

ନୂଆଦିଲ୍ଲୀ : ଇଣ୍ଟରନେଟ ଅବାଧ ଓ ନିରପେକ୍ଷ ରହିବ । ଏକଥା ସ୍ପଷ୍ଟ କରିଦେଇଛନ୍ତି ଭାରତ ସରକାର । ସରକାର ଆଜି ନେଟ ନ୍ୟୁଟ୍ରାଲିଟି ନୀତିକୁ ମଂଜୁରୀ ଦେଇଛନ୍ତି । ଏହି ନୀତି ଅନୁସାରେ ଦେଶରେ ନେଟ୍‌ ନ୍ୟୁଟ୍ରାଲିଟିକୁ ବିରୁଦ୍ଧାଚରଣ କରୁଥିବା ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା, ମୋବାଇଲ ଅପରେଟର ଅଥବା ସୋସିଆଲ ମିଡିଆ କମ୍ପାନିମାନେ ଇଣ୍ଟରନେଟର ବେଗକୁ ନେଇ ନିରପେକ୍ଷତା ଅବଲମ୍ବନ କରିବେ । କୌଣସି କଣ୍ଟେଣ୍ଟ ପାଇଁ ଅଗ୍ରାଧିକାର ଦିଆଯାଇପାରିବ ନାହିଁ । ଅବଶ୍ୟ ଟେଲିମେଡିସିନ ଓ ଅଟୋନୋମସ ଡ୍ରାଇଭିଂ ଆଦି କେତେକ କ୍ଷେତ୍ର ଅଗ୍ରାଧିକାର ଭିତ୍ତିରେ ଇଣ୍ଟରନେଟ ଲେନ ଯୋଗାଇଦିଆଯାଇପାରିବ । ଏଥିପାଇଁ ଆଇନରେ କୋହଳ କରାଯାଇଛି ।

ନେଟ ନ୍ୟୁଟ୍ରାଲିଟି ସଂପର୍କିତ ଅନ୍ତଃମନ୍ତ୍ରାଳୟ କମିଟି ବୁଧବାରଦିନ ବସି ଦେଶରେ ନେଟ ନ୍ୟୁଟ୍ରାଲିଟିକୁ ମଂଜୁରୀ ଦିଆଯାଇଥିଲା । ଏସଂପର୍କରେ ଟେଲିକମ ସଚିବ ଅରୁଣା ସୁନ୍ଦରରାଜନ ସୂଚନା ଦେଇଛନ୍ତି । ଏହି ଆଇନ ବେଶ ଗୁରୁତ୍ୱପୂର୍ଣ୍ଣ ଦ୍ୱାରା ଦେଶରେ କୌଣସି ଇଣ୍ଟରନେଟ ବା ଟେଲିସେବା ପ୍ରଦାନକାରୀ ଏକାଧିପତ୍ୟ ହାସଲ କରିପାରିବେ ନାହିଁ ।

ସମ୍ବନ୍ଧିତ ଖବର