ଚାଷୀଙ୍କୁ ସରକାର ଦେବେ ସୌର ପମ୍ପ୍‌

ନୂଆଦିଲ୍ଲୀ: ଚାଷୀମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ‘କୁସୁମ’ ନାମରେ ଏକ ସୌର ଶକ୍ତି ସ୍କିମ୍‌ କାର୍ଯ୍ୟକାରୀ କରିବେ। ଜୁଲାଇ ମାସରେ ଏହି ସ୍କିମ୍‌ କାର୍ଯ୍ୟକାରୀ କରାଯିବ ବୋଲି ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ କହିଛନ୍ତି। ଏହି ସ୍କିମ୍‌ରେ ଚାଷୀମାନଙ୍କୁ ୨୭ ଲକ୍ଷ ୫୦ ହଜାର ସୌର ଶକ୍ତି ଚାଳିତ ପମ୍ପ୍‌ ଯୋଗାଇ ଦିଆଯିବ। ଏହା ଜରିଆରେ ଚାଷୀମାନେ ୦.୫ରୁ ୨ ମେଗାଓ୍ଵାଟ୍‌ ପର୍ଯ୍ୟନ୍ତ ସୌର ଶକ୍ତି ଉତ୍ପାଦନ କରିପାରିବେ। ଜଳ ବିଦ୍ୟୁତ କ୍ଷେତ୍ରର ସ୍ଥିତିରେ ସୁଧାର ଆଣିବା ପାଇଁ ୧୬ ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଦୁଇ ମେଗା ସ୍କିମ୍‌କୁ ଖୁବ୍‌ଶୀଘ୍ର କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର