ପ୍ରାକୃତିକ ଗ୍ୟାସ ମୂଲ୍ୟ ବଢାଇଲେ ସରକାର, ସିଏନଜି ଓ ପିଏନଜି ଦର ବଢିବ, କିନ୍ତୁ ଏଲପିଜି ଦର ଉପରେ ପ୍ରଭାବ ପଡିବନି

ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ଆଉ ମାତ୍ର କିଛି ସପ୍ତାହ ଥିବାବେଳେ ଖାଉଟିଙ୍କ ପାଇଁ ଏକ ଖରାପ ଖବର । ସରକାର ପ୍ରାକୃତିକ ଗ୍ୟାସ ମୂଲ୍ୟ ବୃଦ୍ଧି କରିଛନ୍ତି । ଏପ୍ରିଲ-ସେପ୍ଟେମ୍ବର ୬ ମାସ ପାଇଁ କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ ମୂଲ୍ୟ ଏମଏମବିଟିୟୁ ପିଛା ୩.୬୯ ଡଲାର ଧାର୍ଯ୍ୟ କରିଛନ୍ତି । ଏମଏମବିଟିୟୁର ଅର୍ଥ ହେଉଛି ମିଲିୟନ ମେଟ୍ରିକ ବ୍ରିଟିଶ ଥର୍ମାଲ ୟୁନିଟ ।

ପୂର୍ବରୁ ଏହା ଏମଏମବିଟିୟୁ ପିଛା ୩.୩୬ ଡଲାର ଥିଲା । ପ୍ରାକୃତିକ ଗ୍ୟାସର ମୂଲ୍ୟ ବୃଦ୍ଧି ହେବା ଫଳରେ ଯାନ ବାହାନରେ ବ୍ୟବହାର ହେଉଥିବା ସିଏନଜି ଓ ପାଇପ ଯୋଗେ ଘରକୁ ଘର ଯୋଗାଇ ଦିଆଯାଉଥିବା ରୋଷେଇ ଗ୍ୟାସ ପିଏନଜି ମହଙ୍ଗା ହେବାର ସମ୍ଭାବନା ରହିଛି । ତେବେ ଆଶ୍ୱସ୍ତିର କଥା ହେଉଛି ଏହି ଦରବୃଦ୍ଧି ଯୋଗୁଁ ଘରୋଇ ରୋଷେଇ ଗ୍ୟାସ ଏଲପିଜିର ମୂଲ୍ୟ ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । ସରକାରଙ୍କର ନୂଆ ଘରୋଇ ଗ୍ୟାସ ମୂଲ୍ୟନିର୍ଦ୍ଧାରଣ ନୀତି ଅନୁସାରେ ପ୍ରତି ୬ ମାସରେ ପ୍ରାକୃତିକ ଗ୍ୟାସ ମୂଲ୍ୟରେ ସଂଶୋଧନ କରାଯାଇଥାଏ ।

ସମ୍ବନ୍ଧିତ ଖବର