ଆଖୁ ଦର ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ : ଆଗାମୀ ଆଖୁ ଋତୁ ପାଇଁ କେନ୍ଦ୍ର ସରକାର ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ( ଏଫଆରପି) କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରି ୨୭୫ ଟଙ୍କା କରିଛନ୍ତି । ଏହାର ଅର୍ଥ ହେଉଛି ଚିନି ମିଲ ମାନେ ଏହାଠାରୁ କମ ମୂଲ୍ୟରେ ଚାଷୀଙ୍କଠାରୁ ଆଖୁ ଖରିଦ କରିପାରିବେ ନାହିଁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଏହାକୁ ମଂଜୁରୀ ଦେଇଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଖୁ ଚାଷୀମାନେ ଉପକୃତ ହେବାର ସମ୍ଭାବନା ରହିଛି । ଏହି ମୂଲ୍ୟବୃଦ୍ଧି ପାଇଁ କୃଷି ମୂଲ୍ୟ ଓ ଦର ଆୟୋଗ ପୂର୍ବରୁ ସୁପାରିଶ କରିଥିଲା । ଏକ ଆଖୁ ଋତୁ ଅକ୍ଟୋବରରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ସମାପ୍ତ ହୋଇଥାଏ ।

 

ସମ୍ବନ୍ଧିତ ଖବର