ନୂଆଦିଲ୍ଲୀ : ନିୟମିତଭାବେ ବଢିଚାଲିଥିବା ତେଲ ଦର ଯୋଗୁଁ ହନ୍ତସନ୍ତ ହେଉଥିିବା ଦେଶର ସାଧାରଣ ଖାଉଟିଙ୍କ ପାଇଁ ଖୁସି ଖବର । କାରଣ କେନ୍ଦ୍ର ସରକାର ତେଲ ଉପରୁ ୨ଟଙ୍କା ୫୦ ପଇସା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ସରକାର ତେଲ ଉପରୁ ୧ ଟଙ୍କା ୫୦ ପଇସା କେନ୍ଦ୍ରୀୟ ଉତ୍ପାଦ ଶୁଳକ ହ୍ରାସ କରିବେ । ଏହା ଛଡା ତେଲ କମ୍ପାନିମାନେ ମଧ୍ୟ ୧ ଟଙ୍କା ହ୍ରାସ କରିବେ । ଏହା ଫଳରେ ପେଟ୍ରୋଲ ଓ ଡିଜେଲ ଦର ମୋଟ ୨ ଟଙ୍କା ୫୦ ପଇସା କମିବ । ଜେଟଲୀ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଟିକସ ହ୍ରାସ ପାଇଁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାରମାନେ ଟିକସ ହ୍ରାସ କଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଫଳରେ ଗତ ମଇ ମାସରୁ ତେଲଦର ବଢିଚାଲିଛି । ଏହା ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ମଧ୍ୟ ତେଲ ଆମଦାନୀ ମହଙ୍ଗା ହେଉଛି । କିନ୍ତୁ ଏହା ଦ୍ୱାରା ଦେଶରେ ଜନଅସନ୍ତୋଷ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଟଲୀଙ୍କୁ ଭେଟିଥିଲେ ।