୩ଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନିରେ ୨୫୦୦ କୋଟିର ପୁଞ୍ଜି ଭର୍ତ୍ତି କରାଯିବ, ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନସୁରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିଃ (ୟୁଆଇଆଇସିଏଲ) ପାଇଁ ପୁଞ୍ଜି ଉପଲବ୍ଧ କରାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ଏହାବ୍ୟତୀତ, ତିନୋଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କମ୍ପାନୀ ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇସିଏଲର ଜଟିଳ ଆର୍ଥିକ ସ୍ଥିତି ଏବଂ ନିୟାମକ ଋଣ ପରିଶୋଧ କ୍ଷମତା ଆବଶ୍ୟକତାର ଉଲ୍ଲଙ୍ଘନକୁ ଦୃଷ୍ଟିରେ ରଖି ତୁରନ୍ତ ୨୫୦୦ କୋଟି ଟଙ୍କାର ଅର୍ଥରାଶି ଜାରି କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।

ଏହାଛଡ଼ା ଦ୍ୱୈତ ଟିକସ ଏଡ଼ାଇବା ଚୁକ୍ତି ଏବଂ ଆୟକର ଫାଙ୍କିର ନିରାକରଣ ଲାଗି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୁଝାମଣାରେ ସଂଶୋଧନ ବ୍ୟବସ୍ଥାରେ ସ୍ୱାକ୍ଷର କରିବା ଏବଂ ଏହାକୁ ଅନୁମୋଦନ କରିବାର ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ତ୍ତମାନର ଡିଟିଏଏ ୨୨ ଜାନୁଆରୀ ୨୦୧୩ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଏହି ଚୁକ୍ତି ୨୨ ଅକ୍ଟୋବର, ୨୦୧୩ରେ ଲାଗୁ ହୋଇଥିଲା ।

ସମ୍ବନ୍ଧିତ ଖବର