ମାର୍ଚ୍ଚ ସୁଦ୍ଧା ଏୟାରଇଣ୍ଡିଆ ସମେତ ୩ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜିପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କ୍ଷତିରେ ଚାଲୁଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆ ସମେତ ଭାରତ ପେଟ୍ରୋଲିୟମ ଓ କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆକୁ ଦେଶୀ କିମ୍ବା ବିଦେଶୀ କମ୍ପାନିମାନଙ୍କୁ ବିକ୍ରିକରିବାକୁ ଯୋଜନା କରୁଛନ୍ତି । ଏହା ମାଧ୍ୟମରେ ସରକାର ୬୦,୦୦୦ କୋଟି ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଗତ ବର୍ଷ ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗତବର୍ଷ ମାର୍ଚ୍ଚମାସରେ ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ଅଂଶଧନ ପ୍ରତ୍ୟାହାର ପାଇଁ ସରକାର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଆହ୍ଵାନ କରିଥିଲେ । ଏହା ସହିତ ଏୟାରଇଣ୍ଡିଆର ସବସୀଡାରୀ ତଥା ଗ୍ରାଉଣ୍ଡ ହାଲଣ୍ଡଲିଂ କମ୍ପାନି ଏଆଇଏସଏଟିଏସ ରେ ଥିବା ଏୟାରଇଣ୍ଡିଆର ୫୦ ପ୍ରତିଶତ ଅଂଶଧନକୁ ମଧ୍ୟ ସରକାର ବିକ୍ରି କରିବାକୁ ଯୋଜନା କରୁଥିଲେ । କିନ୍ତୁ ଏହାକୁ କିଣିବାକୁ ଦେଶୀ ବା ବିଦେଶୀ କୌଣସି କମ୍ପାନି ରାଜି ହୋଇନଥିଲେ ।

ସମ୍ବନ୍ଧିତ ଖବର