ଜିଏସ୍‌ଟିରେ ସଂଶୋଧନ: ଶାଳ, ଖଲିପତ୍ର, ପଥର ମୂର୍ତ୍ତି ଓ ମାଟି ମୂର୍ତ୍ତିରେ ଟିକସ୍‌ ହାର ହ୍ରାସ

ନୂଆଦିଲ୍ଲୀ: ଗୁଡ୍‌ସ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ(ଜିଏସ୍‌ଟି) ଟିକସ ହାରରେ ସଂଶୋଧନ। ଶାଳ ଓ ଖଲିପତ୍ର ଉପରୁ ଜିଏସଟି ହାର କମାଇ ଦିଆଯାଇଛି। ପୂର୍ବରୁ ଶାଳ ଓ ଖଲିପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଥିବା ବେଳେ ଏବେ କିନ୍ତୁ ଏହାକୁ କମ୍‌ କରାଯାଇ ୫ ପ୍ରତିଶତକୁ କମାଯାଇଛି। ହାଇଦ୍ରାବାଦର ୨୧ ତମ ଜିଏସଟି ବୈଠକରେ ଏହି ନିଷ୍ପତି ହୋଇଥିଲା। ସେହିଭଳି ମାଟି ମୂର୍ତ୍ତି ଉପରେ ଲାଗୁଥିବା ୨୮ ପ୍ରତିଶତ ଟିକସକୁ କମାଯାଇ ଶୂନ ପ୍ରତିଶତ କରାଯାଇଛି। ଅନ୍ୟପଟରେ ପଥର ମୂର୍ତ୍ତି ଉପରେ ଟିକସକୁ ୧୮ରୁ ୧୨ ପ୍ରତିଶତ ହୋଇଛି। ଯାହାଫଳରେ ବିଭିନ୍ନ ପଥର ମୂର୍ତ୍ତି ଏଣିକି ଶସ୍ତା ମୂଲ୍ୟରେ ପାଇପାରିବେ ଗ୍ରାହକ।

ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ସୂଚନା ଦେଇ କହିଛନ୍ତି ଯେ ଏହି ସବୁ ଦ୍ରବ୍ୟ ଉପରୁ ଜିଏସଟି କମାଇବାକୁ ପୂର୍ବରୁ ଓଡିଶା ସରକାର କେନ୍ଦ୍ର ପାଖରେ ବାରମ୍ବାର ଦାବି କରୁଥିଲେ। ସେ କହିଛନ୍ତି, ଜିଏସଟି କମିବା ଦ୍ୱାରା ଶିଳ୍ପୀକୂଳ ପ୍ରତି ଅନୁକୂଳ ବାତାବାରଣ ସୃଷ୍ଟି ହେବ। କିନ୍ତୁ ଜିଏସଟି କମିବା ଫଳରେ ଏଥିରୁ ରାଜ୍ୟକୁ ମିଳୁଥିବା ଟିକସ ପରିମାରଣରେ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର