୬ କୋଟିର ଜିଏସ୍‌ଟି ଠକେଇ ଧରାପଡ଼ିଲା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ୫ ମାସ ମଧ୍ୟରେ ପ୍ରାୟ ୬ (୫.୭)କୋଟି ଟଙ୍କାର ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ଠକେଇକୁ ସରକାର ଧରିଛନ୍ତି। ୧୬ଟି ମାମଲାରେ ଏହି ଠକେଇ ଧରାପଡ଼ିଛି। ୨୦୧୭ ଜୁଲାଇ ପହିଲାରେ ଦେଶରେ ଜିଏସ୍‌ଟି କାର୍ଯ୍ୟକାରୀ ହୋଇଛି। ଜୁଲାଇରୁ ନଭେମ୍ବର ମଧ୍ୟରେ ଏହି ପରିମାଣର ଠକେଇ ଧରାହୋଇଛି ବୋଲି ରାଜ୍ୟସଭାରେ କମ୍ପାନି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି. ପି. ଚୌଧୁରୀ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ ୨୦୧୭-୧୮ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୨୯୩୮ଟି ମାମଲାରେ ୯୬୬୦ କୋଟି ଟଙ୍କାର ସେବା ଟିକସ ଠକେଇ ହୋଇଛି।

ସମ୍ବନ୍ଧିତ ଖବର