ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ୧,୦୨,୫୦୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥି ମଧ୍ୟରୁ ସିଜିଏସଟି ବାବଦରେ ୧୭,୭୬୩ କୋଟି ଟଙ୍କା, ୨୪,୮୨୬ କୋଟି ଟଙ୍କାର ଏସ୍‌ଜିଏସ୍‌ଟି ଏବଂ ୫୧,୨୨୫ କୋଟି ଟଙ୍କାର ଆଇଜିଏସ୍‌ଟି ଆଦାୟ ହୋଇଛି। ସେସ୍‌ ବାବଦରେ ୮୬୯୦ କୋଟି ଟଙ୍କା ଆଦାୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ଜିଏସ୍‌ଟି ଆଦାୟ ତୃତୀୟ ଥର ପାଇଁ ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ଶେଷ ଥର ପାଇଁ ଗତବର୍ଷ ‌ଅକ୍ଟୋବରରେ ୧,୦୦,୭୧୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା। ଏହା ପରେ ନଭେମ୍ବର ଓ ଡିସେମ୍ବର ମାସରେ ଆଦାୟ ପରିମାଣ ଯଥାକ୍ରମେ ୯୭,୬୩୭ ଓ ୯୪,୭୨୫କୁ ଖସିଯାଇଥିଲା। ୨୦୧୯ ଜାନୁଆରି ମାସରେ ଦାଖଲ ହୋଇଥିବା ଜିଏସ୍‌ଟି ରିଟର୍ଣ୍ଣ ପରିମାଣ ୭୩.୩ ଲକ୍ଷରେ ପହଞ୍ଚିଛି।

ସମ୍ବନ୍ଧିତ ଖବର