ନଭେମ୍ବରରେ ଜିଏସଟି ଆଦାୟ ୯୭,୬୩୭ କୋଟିକୁ କମିଲା

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ଆଦାୟ ସାମାନ୍ୟ ହ୍ରାସ ପାଇ ୯୭,୬୩୭ କୋଟି ଟଙ୍କାରେ ପହଞ୍ଚିଛି । ଏହା ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୧୬,୮୧୨ କୋଟି ଟଙ୍କା, ରାଜ୍ୟ ଜିଏସଟି ୨୩,୦୭୦ କୋଟି ଟଙ୍କା, ଆଇଜିଏସଟି ୪୯,୭୨୬ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଗତ ଅକ୍ଟୋବରମାସରେ ଦେଶର ଜିଏସଟି ରାଜସ୍ୱ ୧ ଲକ୍ଷ କୋଟି ଟପିଯାଇଥିଲା ।

ଏଥିରେ ୮ ହଜାର କୋଟି ଟଙ୍କାର ସେସ ମଧ୍ୟ ଅନ୍ତର୍ଭୁକ୍ତ । ୩୦ ନଭେମ୍ବର ସୁଦ୍ଧା ଜିଏସଟିଆର ଥ୍ରୀବି ରିଟର୍ଣ୍ଣ ଦାଖଲ ସଂଖ୍ୟା ୬୯.୬ ଲକ୍ଷରେ ପହଞ୍ଚିଛି । ନଭେମ୍ବର ମାସରେ କେନ୍ଦ୍ର ସରକାର ୩୫,୦୭୩ କୋଟି ଟଙ୍କା ଜିଏସଟି ରାଜସ୍ୱ ପାଇଥିବାବେଳେ ରାଜ୍ୟ ସରକାରମାନେ ମୋଟ ୩୮୭୭୪ କୋଟି ଟଙ୍କା ପାଇଛନ୍ତି । ସେହିପରି ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟମାନଙ୍କୁ ମୋଟ ୧୧୯୨୨ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଗତ ଜୁଲାଇ ୨୦୧୭ରେ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ ।

ସମ୍ବନ୍ଧିତ ଖବର