ଏମ୍‌ଆର୍‌ପିରେ ମିଶିଛି ଜିଏସ୍‌ଟି

ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ଜିଏସ୍‌ଟି ମିଶିଛି। ତେଣୁ କୌଣସି ଗ୍ରାହକଙ୍କଠାରୁ ଏମ୍‌ଆର୍‌ପି ବାଦ ଜିଏସ୍‌ଟି ଆଦାୟ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଟ୍ଵିଟର୍‌ ଜରିଆରେ ଏହି ସୂଚନା ପ୍ରଦାନ କରାଯାଇଛି। ଟ୍ଵିଟର୍‌ରେ ଲେଖାଯାଇଛି ଯେ ସ୍ମାର୍ଟ ଗ୍ରାହକ ହୁଅନ୍ତୁ। ଏମ୍‌ଆର୍‌ପିଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ। ଏମ୍‌ଆର୍‌ପି ଭିତରେ ଜିଏସ୍‌ଟି ମିଶି ରହିଛି।

ଏମ୍‌ଆର୍‌ପିଠାରୁ ଯେଉଁଠାରେ ଅଧିକ ଦର ଆଦାୟ କରାଯାଉଛି ସେ ବିଷୟରେ ଅଭିଯୋଗ ଦାଖଲ କରିବା ପାଇଁ କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବିଭାଗ (ସିବିଇସି) ପକ୍ଷରୁ ହେଲ୍‌ପ୍‌ଲାଇନ୍‌ ଜାରି କରାଯାଇଛି। ଗ୍ରାହକମାନେ [email protected],[email protected]ରେ ଇ-ମେଲ୍‌, ଦେୟମୁକ୍ତ ନମ୍ବର ୧୮୦୦୧୨୦୦୨୩୨ରେ କଲ୍‌ କରି ଅଭିଯୋଗ କରିପାରିବେ। ଟ୍ଵିଟର୍‌ ଜରିଆରେ ମଧ୍ୟ ଗ୍ରାହକମାନେ ଅଭିଯୋଗ କରିପାରିବେ। ଏମ୍‌ଆର୍‌ପିଠାରୁ ଅଧିକ ଦର ଦାବି କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖିବାକୁ ସରକାର ଟିକସ ଅଧିକାରୀମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର